ବେଦବ୍ୟାସ ପୀଠରେ 5T ସଚିବ କଲେ ସମୀକ୍ଷା

ରାଉରକେଲାରେ ପୁରୁଷ ହକି ବିଶ୍ଵକପକୁ ଦୃଷ୍ଟିରେ ରଖି ପ୍ରମୁଖ ତୀର୍ଥସ୍ଥାନ ବେଦବ୍ୟାସର ଉନ୍ନତିମୂଳକ ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ କରାଯାଇଛି । ପାହାଡ଼ରେ କୃତିମ ଝରଣା ନିର୍ମାଣ କରାଯିବା ସହ ବେଦବ୍ୟାସ ମନ୍ଦିର ଚାରିପଟେ ଉନ୍ନତି କରଣ କାର୍ଯ୍ୟ କରାଯାଇଛି ।

ଧାର୍ମିକ ସଭା ପାଇଁ ସମ୍ମିଳନୀ କକ୍ଷ ନିର୍ମାଣ କରାଯାଇଛି ।
ଯାହାର ସମୀକ୍ଷା କରିବାକୁ ପହଞ୍ଚିଛନ୍ତି 5T ସଚିବ ଭି.କେ ପାଣ୍ଡିଆନ । ବେଦବ୍ୟାସ ପର୍ଯ୍ୟଟନ ସ୍ଥଳୀରେ ସାଇକେଲ ଟ୍ରାକ, ପାଦଚଲା ରାସ୍ତା, ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ସହିତ ୧୦ ଫୁଟର ବ୍ୟାସଦେବଙ୍କ ମୂର୍ତ୍ତି ଓ ୮ ଫୁଟର ଗଣେଶଙ୍କ ମୃର୍ତ୍ତି ନିର୍ମାଣ କରାଯାଇଛି ।

ରଙ୍ଗୀନ ଆଲୋକରେ ବେଦବ୍ୟାସ ମନ୍ଦିର ପରିସରକୁ ସଜ୍ଜିତ କରାଯାଇଛି ।

Post Views53 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!