ନନ୍ଦନକାନନରେ ନୂଆ ଅତିଥି

ନନ୍ଦନକାନନ ପ୍ରାଣୀଉଦ୍ୟାନ ବୁଲିବାକୁ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର ଏଥର ପର୍ଯ୍ୟଟନ ଋତୁରେ ପର୍ଯ୍ୟଟକମାନେ ନୂଆ ଜୀବଜନ୍ତୁ ଦେଖିପାରିବେ କାରଣ ଶନିବାର ରାତିରେ ଏଠାରେ ଆସି ନୂଆ ଅତିଥି ପହଞ୍ଚିଛନ୍ତି ସେଥିରେ ରହିଛନ୍ତି ଜେବ୍ରା ଓ ୱାଲାବି ସହିତ ଅନ୍ୟ କିଛି ଜୀବଜନ୍ତୁ ଗୁଜୁରାଟରୁ ଜନ୍ତୁ ଅଦଳବଦଳ ପ୍ରକ୍ରିୟାରେ ଏସବୁ ଜୀବଜନ୍ତୁଙ୍କୁ ଅଣାଯାଇଛି ଏହି ନୂତନ ଜୀବଜନ୍ତୁଙ୍କୁ ଏବେ ନନ୍ଦନକାନନ ପ୍ରାଣୀଉଦ୍ୟାନର ସଙ୍ଗରୋଧ ଗୃହରେ ୧ମାସ ପର୍ଯ୍ୟନ୍ତ ରଖାଯିବ ପରେ ପର୍ଯ୍ୟଟକମାନେ ଏହି ଜୀବଜନ୍ତୁଙ୍କୁ ଦେଖିବାର ସୁଯୋଗ ପାଇବେ  ଏହି ନୂତନ ଜୀବଜନ୍ତୁଙ୍କୁ ଆଣିବା ପାଇଁ ନନ୍ଦନକାନନ ପ୍ରାଣୀଉଦ୍ୟାନ ପକ୍ଷରୁ ଦୀର୍ଘଦିନ ଧରି ପ୍ରୟାସ କରାଯାଉଥିଲା । ଏଥିପାଇଁ କେନ୍ଦ୍ରୀୟ ଚିଡ଼ିଆଖାନା କର୍ତ୍ତୃପକ୍ଷଙ୍କ ଅନୁମତିକୁ ଅପେକ୍ଷା କରାଯାଇଥିଲା  ଅନୁମତି ମିଳିବା ପରେ ନୂତନ ଜୀବଜନ୍ତୁ ଅଣାଯାଇଛି ଏଥିପାଇଁ ପୂର୍ବରୁ ବିଭିନ୍ନ ଖୁଆଡ଼ ନିର୍ମାଣ କରାଯାଇଥିଲା  ନନ୍ଦନକାନନକୁ ବିଶ୍ୱସ୍ତରୀୟ କରିବା ପାଇଁ ସରକାରଙ୍କ ପକ୍ଷରୁ ସହାୟତା ଯୋଗାଇ ଦିଆଯାଉଛି  ନୂଆ ଜୀବଜନ୍ତୁଙ୍କୁ ଆଣି ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ପାଇଁ ପଦକ୍ଷେପ ନିଆଯାଉଛି । ବର୍ତ୍ତମାନ ବାଲେଶ୍ୱର ଜିଲ୍ଲାରୁ ଉଦ୍ଧାର ହୋଇ ଆସିଥିବା ୫ ଓରାଙ୍ଗଉଟାନ ଶାବକଙ୍କୁ ଲାଳନପାଳନ କରି ନନ୍ଦନକାନନ ଅନ୍ତର୍ଜାତୀୟସ୍ତରରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିପାରିଛି  ଏଭଳି ସ୍ଥିତିରେ ନୂଆ ଜୀବଜନ୍ତୁ ଆସିବା ଜନ୍ତୁପ୍ରେମୀ ଓ ପର୍ଯ୍ୟଟକମାନଙ୍କୁ ଉତ୍ସାହିତ କରିଛି ।

 ଜିଲ୍ଲାସ୍ତରୀୟ  ବିଜ୍ଞାନ ସେମିନାର ଅନୁଷ୍ଠିତ

ଢେଙ୍କାନାଳ ବିଜ୍ଞାନ କେନ୍ଦ୍ର,ଢେଙ୍କାନାଳ ଏବଂ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ,ଢେଙ୍କାନାଳ (ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଓଡ଼ିଶା ସରକାର)ଙ୍କ ମିଳିତ ଆନୁକୂଳ୍ୟରେ ଜିଲ୍ଲାସ୍ତରୀୟ ଛାତ୍ରଛାତ୍ରୀ ବିଜ୍ଞାନ ସେମିନାର-୨୦୨୬ ଆଜି ଢେଙ୍କାନାଳ ବିଜ୍ଞାନ କେନ୍ଦ୍ରର ପ୍ରେକ୍ଷାଳୟରେ ଅନୁଷ୍ଠିତ ହୋଇଯାଇଛି। ଚଳିତ ବର୍ଷର ସେମିନାରର ବିଷୟ ଥିଲା “ଭାରତୀୟ ଶକ୍ତି ଭଣ୍ଡାର ୨୦୪୭: ସମ୍ଭାବନା ଓ ଆହ୍ୱାନ”ଢେଙ୍କାନାଳ ବିଜ୍ଞାନ କେନ୍ଦ୍ରର ଜିଲ୍ଲା ବିଜ୍ଞାନ ଅଧିକାରୀ ଏମ୍. ଏମ୍. ରାଉତ ଏବଂ ଜିଲ୍ଲା ବିଜ୍ଞାନ ସୁପରଭାଇଜର ବିଶ୍ୱଜିତ୍ ମିଶ୍ରଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲାଉଦ୍‌ଘାଟନୀ ସ୍ୱାଗତ ଭାଷଣରେ ଏମ୍. ଏମ୍. ରାଉତ ୨୦୪୭ ସୁଦ୍ଧା ଭାରତର ଶକ୍ତି ସୁରକ୍ଷା,ଅକ୍ଷୟ ଶକ୍ତିର ବ୍ୟବହାର,ସ୍ଥାୟୀ ବିକାଶ ଏବଂ ବୈଜ୍ଞାନିକ ଚିନ୍ତାଧାରାର ଗୁରୁତ୍ୱ ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ପ୍ରେରଣାଦାୟକ ବାର୍ତ୍ତା ପ୍ରଦାନ କରିଥିଲେ ସମସ୍ତ ଅଂଶଗ୍ରହଣ କାରୀ ଛାତ୍ରୀ,ଛାତ୍ର ମାନଙ୍କୁ ସେମିନାର ନିୟମାବଳୀ ସମ୍ପର୍କରେ ଅବଗତ କରାଇଥିଲେ ଜିଲ୍ଲାର ବିଭିନ୍ନ ବ୍ଲକ୍ ରୁ ବ୍ଲକ୍ ସ୍ତରରେ ବିଜୟୀ ହୋଇଥିବା ୧୬ ଜଣ ପ୍ରତିଯୋଗୀ ଏହି ସେମିନାରରେ ଅଂଶଗ୍ରହଣ କରି ଉକ୍ତ ବିଷୟ ଉପରେ ପିପିଟି ପ୍ରଦର୍ଶନ ମାଧ୍ୟମରେ ନିଜର ଗବେଷଣାଧର୍ମୀ ଉପସ୍ଥାପନା କରିଥିଲେବିଚାରକ ଭାବେ ଡା.ଦେବୀ ପ୍ରସାଦ ମିଶ୍ର,ଜିଲ୍ଲା ଏକାଡେମିକ୍ ସଂଯୋଜକ,ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସ,ଢେଙ୍କାନାଳ ଏବଂ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ,କୈଳାଶ ଚନ୍ଦ୍ର ପ୍ରୁଷ୍ଟି ଉପସ୍ଥିତ ରହି ପ୍ରତିଯୋଗୀମାନଙ୍କ ଉପସ୍ଥାପନାର ମୂଲ୍ୟାଙ୍କନ କରିଥିଲେପଞ୍ଚାୟତ ରାଜ ହାଇସ୍କୁଲ,କାନପୁରାର ଶ୍ରୀମାନ୍ ମିଶ୍ର ପ୍ରଥମ ସ୍ଥାନ,ଓଡ଼ିଶା ଆଦର୍ଶ ବିଦ୍ୟାଳୟ,ଅଙ୍କରାନ୍ତିପୁରର ଆରାଧ୍ୟା ନାୟକ ଦ୍ୱିତୀୟ ସ୍ଥାନ ଏବଂ ବେଡ଼ାପଡ଼ା ସରକାରୀ ଉଚ୍ଚ ବିଦ୍ୟାଳୟର ଅନୁପ୍ରିୟା ବେହେରା ତୃତୀୟ ସ୍ଥାନ ଅଧିକାର କରିଥିଲେ। ଅପରାହ୍ନରେ ଅନୁଷ୍ଠିତ ପୁରସ୍କାର ବିତରଣ ଉତ୍ସବରେ ଢେଙ୍କାନାଳ ବିଜ୍ଞାନ କେନ୍ଦ୍ରର ଜିଲ୍ଲା ବିଜ୍ଞାନ ଅଧିକାରୀ ଏମ୍. ଏମ୍. ରାଉତ, ଢେଙ୍କାନାଳ ଜିଲ୍ଲା ବିଜ୍ଞାନ ସୁପରଭାଇଜର ବିଶ୍ୱଜିତ୍ ମିଶ୍ର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ,କୈଳାଶ ଚନ୍ଦ୍ର ପ୍ରୁଷ୍ଟି ଓ ଅବସରପ୍ରାପ୍ତ ବରିଷ୍ଠ ଗଣିତ ଓ ବିଜ୍ଞାନ ଶିକ୍ଷକ ତଥା ରାଜ୍ଯ ପୁରସ୍କାର ପ୍ରାପ୍ତ ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସର ଢେଙ୍କାନାଳ ଜିଲ୍ଲା ଏକାଡେମିକ୍ ସଂଯୋଜକ ଡ଼ା.ଦେବୀ ପ୍ରସାଦ ମିଶ୍ର ସ୍ଵୀୟ ବକ୍ତବ୍ୟରେ ଅଂଶଗ୍ରହଣକାରୀ ପ୍ରତିଯୋଗୀ ମାନଙ୍କୁ ଆଦର୍ଶ ବିଜ୍ଞାନ ସେମିନାର ଉପସ୍ଥାପନ ସମ୍ପର୍କରେ ସବିଶେଷ ସୂଚନା ପ୍ରଦାନ କରିବା ସଙ୍ଗେ ସଙ୍ଗେ ବିଜେତାମାନଙ୍କୁ ପର୍ଯ୍ୟାୟକ୍ରମେ ପ୍ରଶଂସାପତ୍ର ଓ ପୁରସ୍କାର ପ୍ରଦାନ କରିବା ସହ ସମସ୍ତ ପ୍ରତିଯୋଗୀମାନଙ୍କୁ ଅଂଶଗ୍ରହଣ ପ୍ରମାଣପତ୍ର ପ୍ରଦାନ କରିଥିଲେ ପଞ୍ଚାୟତରାଜ୍ ହାଇସ୍କୁଲ୍,କାନପୁରା,କାମାକ୍ଷାନଗର ନବମ ଶ୍ରେଣୀର ଛାତ୍ର ଶ୍ରୀମାନ୍ ମିଶ୍ର ପ୍ରଥମ ସ୍ଥାନ ଅଧିକାର କରି ରାଜ୍ୟସ୍ତରକୁ ମନୋନୀତ ହୋଇଛନ୍ତିଶେଷରେ ଜିଲ୍ଲା ବିଜ୍ଞାନ ସୁପରଭାଇଜର ବିଶ୍ୱଜିତ ମିଶ୍ର ଧନ୍ୟବାଦ ଅର୍ପଣ କରିଥିବାବେଳେ,ଢେଙ୍କାନାଳ ବିଜ୍ଞାନ କେନ୍ଦ୍ରର ଶିକ୍ଷା ସହାୟକ ଶଙ୍କର ଗୁରୁଙ୍ଗ,ସମସ୍ତ କର୍ମଚାରୀ ବୃନ୍ଦ ଓ ଢେଙ୍କାନାଳ ଜିଲ୍ଲା ଶିକ୍ଷାବିଭାଗର ସମସ୍ତ କର୍ମଚାରୀ ବୃନ୍ଦ ସମଗ୍ର କାର୍ଯ୍ୟକ୍ରମକୁ ସଫଳତାର ସହ ସଂଯୋଜନା କରିଥିଲେ।

୧୫ ଦିନ ଭିତରେ ଅସୁରକ୍ଷିତ କୋଠା ଚିହ୍ନଟ ପାଇଁ ନିର୍ଦ୍ଦେଶ ଦେଲେ ମନ୍ତ୍ରୀ

ବିପଦପୂର୍ଣ୍ଣ କୋଠା ବିରୋଧରେ ସରକାରଙ୍କ କଡ଼ା କାର୍ଯ୍ୟାନୁଷ୍ଠାନ ।୧୫ ଦିନ ଭିତରେ ଅସୁରକ୍ଷିତ କୋଠା ଚିହ୍ନଟ ପାଇଁ ନିର୍ଦ୍ଦେଶ ଦେଲେ…

ବାଣିଜ୍ୟ ଓ ପରିବହନ ବିଭାଗ ଏବଂ ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ ଲିମିଟେଡ୍’ ମଧ୍ଯରେ Mou ସ୍ୱାକ୍ଷରିତ

ଜାତୀୟ ଓ ରାଜ୍ୟ ରାଜପଥରେ ଅବୈଧ ପାର୍କିଂ ଯୋଗୁଁ ଘଟୁଥିବା ସଡ଼କ ଦୁର୍ଘଟଣା ଓ ତଦଜନିତ ପ୍ରାଣହାନିକୁ ରୋକିବା ସହ…

Apply Now


This will close in 0 seconds

error: Content is protected !!