କୋଟିଆ ପ୍ରସଙ୍ଗ ନେଇ ରାଜସ୍ୱ ମନ୍ତ୍ରୀଙ୍କ ବଡ଼ ବୟାନ । କୋଟିଆରେ ପଞ୍ଚାୟତ ନିର୍ବାଚନକୁ ନେଇ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ବଡ଼ ସୂଚନା ଦେଇଛନ୍ତି। କୋଟିଆର କିଛି ଗାଁରୁ ଅଳ୍ପ ସଂଖ୍ୟକ ଲୋକ ଆନ୍ଧ୍ରପ୍ରଦେଶରେ ଭୋଟ ଦେବାକୁ ଯାଇଥିବାର ସୂଚନା ମିଳିଛି।
ମନ୍ତ୍ରୀଙ୍କ କହିବା ଅନୁସାରେ, କିଛି ଲୋକଙ୍କୁ ଆନ୍ଧ୍ର ସରକାର ଆଗୁଆ ନେଇ ନିଜ ହେପାଜତରେ ରଖିଥିଲେ। ସେମାନଙ୍କୁ ପ୍ରଲୋଭିତ କରାଯାଇଥିବା ମଧ୍ୟ ଅଭିଯୋଗ ହୋଇଛି।
ଏପରିକି ପୋଲିସ ନଜର ଏଡ଼ାଇ ଜଙ୍ଗଲ ରାସ୍ତା ଦେଇ ଲୁଚିଛପି ଯାଇ ସେମାନେ ଭୋଟ ଦେଇଥିବା ମନ୍ତ୍ରୀ କହିଛନ୍ତି। ତେବେ ଭୋଟ ଦେବାକୁ ଯାଇଥିବା ଲୋକଙ୍କ ସଂଖ୍ୟା ବହୁତ କମ୍ ବୋଲି ସେ ସ୍ପଷ୍ଟ କରିଛନ୍ତି।

