ଉଦ୍‌ଘାଟିତ ହେଲା ଟାଟା ମୋଟର୍ସର ୨ଏସ୍‌ ଫ୍ୟାସିଲିଟି ସେଣ୍ଟର

ଦେଶର ପ୍ରମୁଖ ଅଟୋମୋବାଇଲ କମ୍ପାନୀ ଟାଟା ମୋଟର୍ସର ଆଉ ଏକ ୨ଏସ୍‌ ଫ୍ୟାସିଲିଟି ସେଣ୍ଟର ଉଦ୍‌ଘାଟିତ ହୋଇଯାଇଛି। ଏପରିକି କମ୍ପାନୀର ପ୍ରାଧିକୃତ ଡିଲର ଅଷ୍ଟଭିନାୟକ ମୋଟର୍ସ ଆନୁକୂଲ୍ୟରେ ସ୍ଥାନୀୟ ଗୋହରିଆଠାରେ ଉକ୍ତ ୨ଏସ୍‌ (ସ୍ପେୟାର ଏବଂ ସର୍ଭିସ୍‌) ଫ୍ୟାସିଲିଟି ସେଣ୍ଟରର ଶୁଭାରମ୍ଭ କରାଯାଇଛି।

ଏହି ଅବସରରେ ଟାଟା ମୋଟର୍ସ ଲିମିଟେଡ୍‌ (ସେଲ୍‌ସ ଓ ମାର୍କେଟିଂ) ର ଉପାଧକ୍ଷ ରାଜେଶ କଲ୍‌ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହାର ଉଦ୍‌ଘାଟନ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଟାଟା ମୋଟର୍ସ ଲିମିଟେଡ୍‌ର ଆଞ୍ଚଳିକ ପରିଚାଳକ-ଇଷ୍ଟ ରଣଭୀର କନ୍‌ୱର୍‌ ଏବଂ ଟାଟା ମୋଟର୍ସ ଲିମିଟେଡ୍‌ର ଡୋମେଷ୍ଟିକ୍‌ର ଫିଲ୍‌ଡ ସର୍ଭିସ୍‌-ଜିଏମ୍‌ ଅରୁଣ ଜଲାଲୀ, ଅଷ୍ଟଭିନାୟକ ମୋଟର୍ସର ଏମ୍‌ଡି ରାକେଶ ଅଗ୍ରୱାଲ, ବିନୟ ଗୁପ୍ତାଙ୍କ ସମେତ ଟାଟା ମୋଟର୍ସର ବହୁ ବରିଷ୍ଠ ଅଧିକାରୀ ଓ କର୍ମଚାରୀ ଓ ଅନ୍ୟମାନେ ମଧ୍ୟ ଉକ୍ତ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ।
ଏ ସମ୍ପର୍କରେ ଟାଟା ମୋଟର୍ସ ଲିମିଟେଡ୍‌ (ସେଲ୍‌ସ ଓ ମାର୍କେଟିଂ) ର ଅଧ୍ୟକ୍ଷ ରାଜେଶ କଲ୍‌ କହିଛନ୍ତି, ଗ୍ରାହକଙ୍କ ପାଇଁ ପ୍ରତ୍ୟେକ ପ୍ରକାର ସୁବିଧା ସୁନିଶ୍ଚିତ କରିବା ଆମର ମୌଳିକ ଲକ୍ଷ୍ୟ।

ଏପରିକି ଗ୍ରାହକଙ୍କ ସହ ସୁସମ୍ପର୍କକୁ ଆହୁରି ମଜଭୁତ କରିବା ଏବଂ ଉନ୍ନତମାନର ସେବା ଯୋଗାଇବା ପାଇଁ ଟାଟା ମୋଟର୍ସ ଏଭଳି ଏକ ସେବା ଓ ସୁବିଧା ଆଣିଛି।

Post Views18 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!