ଆସନ୍ତାବର୍ଷ ଖୋଲିବ ଶ୍ରୀମନ୍ଦିରର ରତ୍ନଭଣ୍ଡାର,ଲେଜର ସ୍କାନିଂ ଦ୍ୱାରା କରାଯିବ ଯାଞ୍ଚ

ଆସନ୍ତାବର୍ଷ ଖୋଲିବ ଶ୍ରୀମନ୍ଦିରର ରତ୍ନଭଣ୍ଡାର ।ଦୀର୍ଘ ଦିନ ହେବ ରତ୍ନଭଣ୍ଡାର ଖୋଲିବା ନେଇ ଦାବି ଉଠୁଥିଲା । ବିଭିନ୍ନ ସଙ୍ଗଠନ ସମେତ ଜଗନ୍ନାଥପ୍ରେମୀ ମଧ୍ୟ ରତ୍ନଭଣ୍ଡାର ଖୋଲିବାକୁ ଦାବି କରିଥିଲେ । ଆଉ ଏନେଇ ଆଜି ପରିଚାଳନା କମିଟି ବୈଠକରେ ନିଷ୍ପତ୍ତି ନିଆଯାଇଛି ।

ଲେଜର ସ୍କାନିଂ ଦ୍ୱାରା କରାଯିବ ଯାଞ୍ଚ । ଏହାସହ ଅତ୍ୟାଧୁନିକ ଜ୍ଞାନକୌଶଳ ବ୍ୟବହାର କରାଯିବ । ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଏନେଇ ସୁପାରିଶ କରାଯାଇଛି ।ଏନେଇ ସୂଚନା ଦେଇଛନ୍ତି ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା । ରଥଯାତ୍ରା ସମୟରେ ଏହା ଖୋଲାଯାଇପାରେ । ରତ୍ନଭଣ୍ଡାର ଯାଞ୍ଚ ପାଇଁ ଗଠନ ହେବ ବୈଷୟିକ କମିଟି ।

ଯାଞ୍ଚ ପାଇଁ ଗଠନ ହେବ ଉଚ୍ଚ ସ୍ତରୀୟ କମିଟି । ଯାଞ୍ଚ ବେଳେ ପରିଚାଳନା କମିଟି ସଦସ୍ୟ ଓ ଏଏସଆଇ ସଦସ୍ୟ ଉପସ୍ଥିତ ରହିବେ । ଏହାଛଡା ଅବସରପ୍ରାପ୍ତ ବିଚାରପତି ମଧ୍ୟ ଏହି କମିଟିରେ ରହିବେ । ଏହି କମିଟି ଜରିଆରେ ରତ୍ନଭଣ୍ଡାର ଖୋଲିବାକୁ ସରକାରଙ୍କୁ ଅନୁମତି ମଗାଯିବ । ଅନୁମତି ମିଳିବା ପରେ ରତ୍ନଭଣ୍ଡାର ଖୋଲିବା ପାଇଁ ପ୍ରସ୍ତୁତି କରାଯିବ ।

Post Views16 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!