ଉତ୍ତରାଖଣ୍ଡକୁ ୩୦,୨୦୦ କୋଟି ନିବେଶ ପ୍ରତିଶ୍ରୁତି

ଉତ୍ତରାଖଣ୍ଡ ସରକାର ମୁମ୍ବାଇରେ ଆୟୋଜିତ ରୋଡ୍ ସୋ’ରେ ୩୦,୨୦୦ କୋଟି ଟଙ୍କାର ନିବେଶ ପ୍ରତିଶ୍ରୁତି ହାସଲ କରିଛନ୍ତି। ଚଳିତ ବର୍ଷ ଡିସେମ୍ବରରେ ୮-୯ରେ ଉତ୍ତରାଖଣ୍ଡ ସରକାର ବିଶ୍ବ ନିବେଶ ସମ୍ମିଳନୀ ଆୟୋଜନ କରିବାକୁ ଯାଉଥିବା ବେଳେ ତା’ପୂର୍ବରୁ ଦେଶବିଦେଶର ବିଭିନ୍ନ ସହରରେ ରୋଡ୍ ସୋ’ ଆୟୋଜନ କରାଯାଉଛି।
ଦିଲ୍ଲୀ, ଚେନ୍ନାଇ, ବେଙ୍ଗାଲୁରୁ, ଅହମ୍ମଦାବାଦ, ମୁମ୍ବାଇ, ଲଣ୍ଡନ, ଆବୁଧାବି, ବିରମିଙ୍ଗହାମ୍ ଓ ଦୁବାଇରେ ରୋଡ୍ ସୋ’ ଆୟୋଜନ କରାଯାଇଛି।
ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମିଙ୍କ ଉପସ୍ଥିତିରେ ବିଭିନ୍ନ ସଂସ୍ଥା ସହ ବୁଝାମଣାପତ୍ର ସ୍ବାକ୍ଷର ହୋଇଛି। ଶ୍ରୀ ଧାମି ଜେଏସ୍ଡବ୍ଲୁ ସ୍ପୋର୍ଟସ, ଗୋଦରେଜ୍ କେମିକାଲ୍ସ, ଇଷ୍ଟର ଫୁଡ୍ ଓ ଭି ଅର୍ଜୁନ ଲଜିଷ୍ଟିକ୍ସ ପାର୍କ ସହ ଆଲୋଚନା କରିଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟ ସରକାର ଆୟୋଜନ କରିଥିବା ରୋଡ୍ ସୋ’ରୁ ୧.୨୪ ଲକ୍ଷ କୋଟି ଟଙ୍କାର ନିବେଶ ପ୍ରତିଶ୍ରୁତି ମିଳିଛି।

Post Views4 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!