କଟକରେ ଚାଲିବ ୧୦୦ଟି ଇ-ବସ୍

କଟକର ସିଏନ୍ବିଟିରେ କ୍ରୁଟ୍ ପକ୍ଷରୁ ନୂଆ କମାଣ୍ଡ୍ କଣ୍ଟ୍ରୋଲ୍ ସେଣ୍ଟର କାର୍ଯ୍ୟକ୍ଷମ କରାଯାଉଛି। କଣ୍ଟ୍ରୋଲ୍ ସେଣ୍ଟରରୁ ସିଏନ୍ବିଟିରେ ଥିବା ପୁଲିସ ବିଟ୍ ହାଉସ୍ ସହିତ ଯୋଗାଯୋଗ କରାଯାଉଛି। ଯାହା ଦ୍ୱାରା ବସ୍ ମଧ୍ୟରେ ଅପରାଧ ନିୟନ୍ତ୍ରଣ ହେବା ସହିତ ମହିଳା ଯାତ୍ରୀଙ୍କ କୌଣସି ସମସ୍ୟା ସୃଷ୍ଟି ହେଲେ ତାହାର ତ୍ୱରିତ ସମାଧାନ କରାଯାଉଛି।ସହରରେ କ୍ରୁଟ୍‌‌ (କ୍ୟାପିଟାଲ୍‌‌ ରିଜିୟନ୍‌‌ ଅର୍ବାନ୍‌‌ ଟ୍ରାନ୍ସପୋର୍ଟ) ପକ୍ଷରୁ ଖୋଲିବାକୁ ଯାଉଛି ନୂଆ ଓଡି ଟର୍ମିନାଲ(ଅରିଜିନ୍‌‌ ଡେଷ୍ଟିନେସନ୍‌‌ ଟର୍ମିନାଲ୍‌‌)।

ସିଡିଏ ସେକ୍ଟର-୧୦ସ୍ଥିତ ବିଜୁ ପଟ୍ଟନାୟକ ପାର୍କ, ସିଏନ୍‌‌ବିଟି ପରିସର ଏବଂ ଜଗତପୁରଠାରେ ପ୍ରଥମ ପର୍ଯ୍ୟାୟରେ ୩ଟି ଓଡି ଟର୍ମିନାଲ୍‌‌ କରାଯିବ। ପରବର୍ତ୍ତୀ ପର୍ଯ୍ୟାୟରେ ଆଉ ୩ଟି ଟର୍ମିନାଲ୍‌‌ ଖୋଲାଯିବାକୁ ନିଷ୍ପତ୍ତି ନିଆଯାଇଛି। ଏହି ଟର୍ମିନାଲ୍‌‌ରେ ଇ-ବସ୍‌‌ ପରିଚାଳନା କରାଯିବ। ମୁଖ୍ୟତଃ ଏଠାରେ ଚାର୍ଜିଂ ପଏଣ୍ଟ୍‌‌, ବସ୍‌‌ରେ ଯିବାଆସିବା ନିମନ୍ତେ ମାସିକ ପାସ୍‌‌ ବ୍ୟବସ୍ଥା, ସ୍ମାର୍ଟ ପାସ୍‌‌ ଇସ୍ୟୁ କରାଯିବ। ଡ୍ରାଇଭର, କଣ୍ଡକ୍ଟର ଓ ଅନ୍ୟାନ୍ୟ କର୍ମଚାରୀମାନେ ରହିବା ନିମନ୍ତେ ବ୍ୟବସ୍ଥା ହେବ। କଟକ ସହର ପାଇଁ ୧୦୦ଟି ଇ-ବସ୍‌‌ ରାଜ୍ୟ ସରକାର ଚଳାଇବାକୁ ନିଷ୍ପତ୍ତି ନେଇଛନ୍ତି।

ଏହାକୁ ଦୃଷ୍ଟିରେ ରଖି କ୍ରୁଟ୍‌‌ ଓଡି ଟର୍ମିନାଲ୍‌‌ ନିର୍ମାଣ ପାଇଁ ଜାଗା ଚିହ୍ନଟ କରି ସାରିଛି। କେବଳ ଜିଲ୍ଲା ପ୍ରଶାସନ ସହିତ ଆଲୋଚନା ପରେ ଏହାକୁ କାର୍ଯ୍ୟକ୍ଷମ କରାଯିବ। ସ୍ୱତନ୍ତ୍ର ଭାବେ ସିଏନ୍‌‌ବିଟି ମଧ୍ୟରେ ସିଏମ୍‌‌ଏସ୍‌‌(କ୍ୟାସ୍‌‌ ମେକାନିଜମ୍‌‌ ସିଷ୍ଟମ୍‌‌) କରାଯାଉଛି। ସିଡିଏ ଓ ସିଏମ୍‌‌ସି କର୍ତ୍ତୃପକ୍ଷଙ୍କୁ ଏ ସମ୍ପର୍କରେ ସୂଚନା ଦିଆଯାଇଛି। ଡିସେମ୍ବର ଶେଷ ସପ୍ତାହ ବେଳକୁ ଏହି ସିଏମ୍‌‌ଏସ୍‌‌ ବ୍ୟବସ୍ଥା ପୂର୍ଣ୍ଣମାତ୍ରାରେ କାର୍ଯ୍ୟକ୍ଷମ ହେବ। କଟକ ସହରରେ ଇ-ବସ୍‌‌ ଚଳାଚଳ କରିବା ଫଳରେ ସାଧାରଣ ଯାତ୍ରୀମାନେ ଉପକୃତ ହେବେ।

Post Views4 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!