ଦକ୍ଷ ଓଡ଼ିଶାର ଦୂରଦ୍ରଷ୍ଟା ଅଳକା

ଶିଖର ଛୁଇଁଛି ଓଡ଼ିଶାର ଦକ୍ଷତା। ଓଡ଼ିଶାର ଦକ୍ଷ ମାନବ ସମ୍ବଳ ଉପରେ ସାରା ବିଶ୍ବର ନଜର । କର୍ପୋରେଟ ଦୁନିଆରେ ସ୍କିଲଡ଼୍ ଇନ୍ ଓଡ଼ିଶାର ଚାହିଦା ଅଧିକ । ଓଡ଼ିଶାରେ ରୂପାନ୍ତର ଚାଲିଥିବା ବେଳେ, ଶିକ୍ଷା, ସ୍ବାସ୍ଥ୍ୟ, କ୍ରୀଡ଼ା ସାଙ୍ଗକୁ ଦକ୍ଷତା ବିକାଶ ଉପରେ ବି ଗୁରୁତ୍ବ ଦେଉଛନ୍ତି ସରକାର । ଓଡ଼ିଶାରେ ଥିବା ସ୍କିଲ ଇକୋ ସିଷ୍ଟମ ସାରା ଦେଶରେ ଉନ୍ନତ । ଏହାକୁ ଆଗକୁ ନେବା ପାଇଁ ରାଜ୍ୟ ସରକାର ସବୁ ପ୍ରକାର ଉଦ୍ୟମ କରୁଛନ୍ତି । ଆଉ ଏହି ପ୍ରଗତି ପଥର ସାରଥି ସାଜି ଏହାକୁ ଆଗେଇ ନେଇ ମାନ୍ଯବର ମୁଖ୍ଯମନ୍ତ୍ରୀଙ୍କ ସ୍ବପ୍ନକୁ ସାକାର କରିବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ତୁଲାଉଛନ୍ତି ଆମ ରାଜ୍ଯର ସୁପରିଚିତା ଅଳକା ମିଶ୍ର । ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ(ଓଏସ୍‌ଡିଏ)ର ଅଧ୍ୟକ୍ଷ ଅଛନ୍ତି ଅଳକା ଅରୋରା ମିଶ୍ର । ସେ ଜଣେ ପୂର୍ବତନ ଆଇଆରପିଏସ୍ ଅଫିସର  । ତାଙ୍କୁ ରାଜ୍ଯସରକାର ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ଭାବେ ଦାୟିତ୍ବ ଦେଇଛନ୍ତି । ଶ୍ରୀମତୀ ମିଶ୍ର ଏହାପୂର୍ବରୁ ୱାଲର୍ଡ ସ୍କିଲ ସେଂଟରର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ କାର୍ଯ୍ୟରତ ଥିଲେ । ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ଯକ୍ଷ ଭାବେ ଏହାକୁ ଆଗେଇ ନେଇ ରାଜ୍ଯ ସରକାରଙ୍କ ସ୍ବପ୍ନକୁ ସେ ଦେଉଛନ୍ତି ବାସ୍ତବରୂପ । ତାଙ୍କ କାର୍ଯ୍ୟଦକ୍ଷତା ଓ ଉତ୍ତମ ପରିଚାଳନାର ବଲିଷ୍ଠ ଉଦାହରଣ ହେଉଛି ଭବନେଶ୍ବରରେ ବିଶ୍ୱ ଅଭିବୃଦ୍ଧି ଓ ନିଯୁକ୍ତି ସମ୍ମିଳନୀ ।

ଆହୁରି ଆଗକୁ ବଢ଼ିବ ଓଡ଼ିଶାର ଅଭିବୃଦ୍ଧି। ୧୦ ବର୍ଷରେ ଓଡ଼ିଶାର ମୁଣ୍ଡ ପିଛା ଆୟ ବଢିଛି ୩ଗୁଣା । ପୁଞ୍ଜିନିବେଶ ପ୍ରସ୍ତାବ କାର୍ଯ୍ୟକାରୀ କରିବାରେ ଓଡ଼ିଶା ଦେଶରେ ନମ୍ବର ଓ୍ବାନ । ବିକାଶର ଭିଜନ ନେଇ ଗ୍ଲୋବାଲ ସମ୍ମିଟ। ରାଜ୍ୟ ସରକାରଙ୍କ ‘ନୂଆ ଓଡ଼ିଶା’ କାର୍ଯ୍ୟକ୍ରମ ଅଧୀନରେ ଭୁବନେଶ୍ୱଠାରେ ଦୁଇ ଦିନିଆ ବିଶ୍ୱ ଅଭିବୃଦ୍ଧି ଓ ନିଯୁକ୍ତି ସମ୍ମିଳନୀ ଆୟୋଜିତ ହୋଇଥିଲା ।  ଜାତୀୟ ହାର ଠାରୁ ଓଡ଼ିଶାର ଅଭିବୃଦ୍ଧି ହାର ଅଧିକ । ସାମଗ୍ରିକ ରୁପାନ୍ତର ପଥରେ ଜାରି ରହିଛି ଯାତ୍ରା । ରାଜ୍ୟର ଦକ୍ଷ ମାନବସମ୍ବଳ ଉପରେ ସାରା ବିଶ୍ବର ନଜର ରହିଛି । ସ୍କିଲଡ଼୍ ଇନ୍ ଓଡ଼ିଶା ଏବେ ଗ୍ଲୋବାଲ ବ୍ରାଣ୍ଡ। ସାମାଜିକ, ଅର୍ଥନୀତି ଏବଂ ନିବେଶ କ୍ଷେତ୍ରରେ ଓଡିଶା ଆଜି ଦେଶର ଏକ ପ୍ରମୁଖ ରାଜ୍ୟ ଭାବେ ପରିଚିତ । ଦୁଇଦିନିଆ ‘ବିଶ୍ୱ ଅଭିବୃଦ୍ଧି ଓ ନିଯୁକ୍ତି ସମ୍ମିଳନୀରେ ସାମିଲ ହୋଇ ଶିଳ୍ପ କ୍ଷେତ୍ରର ୫୦୦ରୁ ଅଧିକ ପ୍ରମୁଖ ବ୍ୟକ୍ତିତ୍ବ, ଓ ୧୦୦ରୁ ଅଧିକ ବିଶିଷ୍ଟ ବକ୍ତା  ବିଭିନ୍ନ ପ୍ରସଙ୍ଗରେ କରିଛନ୍ତି  ମାନସ ମନ୍ଥନ। ଏହାର ସଫଳ ଆୟୋଜନ ପଛରେ ଯେଉଁ ବ୍ଯକ୍ତିଙ୍କର ଅଶେଷ ଅବଦାନ ରହିଛି ସେ ହେଉଛନ୍ତି ଅଳକା ମିଶ୍ର । ସମ୍ମିଳନୀର ପରିକଳ୍ପନାଠାରୁ ପରିପୂର୍ଣ୍ଣତା ପର୍ଯ୍ୟନ୍ତ ସମସ୍ତ କାର୍ଯ୍ଯକୁ ସେ ସୂଚାରୁ ରୂପେ ତୁଲାଇଛନ୍ତି ।

ସମ୍ମିଳନୀରେ ମାଇକ୍ରୋସଫ୍ଟ, ଇନେଫାସିସ୍, ଓୟୋ, ଜନସନ୍, ଏୟାର ଇଣ୍ଡିଆ, ଫିଲିପ୍ସ୍, ଟାଟା ଭଳି କମ୍ପାନୀ ସହ ଦକ୍ଷତା ବିକାଶ ଓ ନିଯୁକ୍ତି ନେଇ ଚୁକ୍ତିନାମା ସ୍ବାକ୍ଷର ହୋଇଛି । ଶକ୍ତି, ପ୍ରଫେସନାଲ ସର୍ଭିସ, ଲଜିଷ୍ଟିକ୍ସ, କାପାସିଟି ବିଲଡିଂ, ଟେକ୍ନୋଲୋଜି, ମିଡିଆ, ଆଇଟି, ଫାଇନାନ୍ସିଆଲ ସର୍ଭିସ ଭଳି କ୍ଷେତ୍ରରେ ନିଯୁକ୍ତି ସୃଷ୍ଟି ନେଇ ଚର୍ଚ୍ଚା ହେଉଛି । ଓଡ଼ିଶାର ରୁପାନ୍ତର ପ୍ରକ୍ରିୟାକୁ ପ୍ରଶଂସା କରିଛନ୍ତି କର୍ପୋରେଟ ଲିଡର। କ୍ଷେତ୍ରରେ ନିଯୁକ୍ତି ସୃଷ୍ଟି ନେଇ ଚର୍ଚ୍ଚା ହେଉଛି । ଓଡ଼ିଶାର ରୁପାନ୍ତର ପ୍ରକ୍ରିୟାକୁ ପ୍ରଶଂସା କରିଛନ୍ତି କର୍ପୋରେଟ ଲିଡର।ମ୍ମିଳନୀର ବିଭିନ୍ନ ଅଧିବେଶନରେ ନୂଆ ଓଡ଼ିଶା, ରୂପାନ୍ତରିତ ଓଡ଼ିଶା ଗଠନରେ ଓଡ଼ିଶାର ଯୁବପିଢ଼ିଙ୍କ ଯୋଗଦାନ, ନିଯୁକ୍ତି ପାଇଁ ଥିବା ସୁଯୋଗ ଓ ସମ୍ଭାବନା ବାବଦରେ ବିସ୍ତୃତ ଆଲୋଚନା ହୋଇଛି । ଏହି ସମ୍ମିଳନୀ ରାଜ୍ୟର ପଲିଟେକନିକ୍, ଆଇଟିଆଇ, ଇଞ୍ଜିନିୟରିଂ ଛାତ୍ରଛାତ୍ରୀଙ୍କ ପାଇଁ ଏକ ବଡ଼ ପ୍ଲାଟଫର୍ମ ଭାବେ ଉଭା ହୋଇଛି । ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ,  ଫାଇଭ -ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ, ବିଭାଗୀୟ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼ାଇ, ଓଏସଡିଏମ ଅଧ୍ୟକ୍ଷା ଅଳକା ମିଶ୍ର, ଶିଳ୍ପ ସଚିବ ହେମନ୍ତ ଶର୍ମା, ମିଶନ ଶକ୍ତି ସଚିବ ସୁଜାତା କାର୍ତ୍ତିକେୟନ, କର୍ପୋରେଟ କିଙ୍ଗ ସଂତୃପ୍ତ ମିଶ୍ର, ଇଡକୋ ଅଧ୍ୟକ୍ଷ ସଞ୍ଜୟ ସିଂହ, ବିଭିନ୍ନ ଶିଳ୍ପକ୍ଷେତ୍ରର ୫୦୦ରୁ ଅଧିକ ପ୍ରମୁଖ ବ୍ୟକ୍ତିତ୍ବ, ୧୦୦ରୁ ଅଧିକ ବକ୍ତା, ନୀତି ନିର୍ଦ୍ଧାରକ, ଦକ୍ଷତା ବିକାଶ କ୍ଷେତ୍ର ସହ ଜଡ଼ିତ ଅଧିକାରୀ ଓ ବିଶେଷଜ୍ଞମାନେ ନୂଆ ଓଡ଼ିଶା, ରୁପାନ୍ତର ଓଡ଼ିଶା ବାବଦରେ ବିଚାରବିମର୍ଶ କରିଥିଲେ ।

ସ୍କିଲଡ ଇନ୍ ଓଡ଼ିଶା ଉପରେ ବିଶ୍ବ କର୍ପୋରେଟ ଜଗତର ଭରସା ଓ ବିଶ୍ବାସ ବଢୁଛି । ଓଡ଼ିଶାର ମାନବସମ୍ବଳ ଦକ୍ଷ,  ସୃଜନଶୀଳ ଓ ଶୃଙ୍ଖଳିତ ।  ଅଳକା ମିଶ୍ର ଏହାର ଦାୟିତ୍ବ ନେବା ପରେ ବ୍ଯବସ୍ଥାରେ ଅନେକ କିଛି ପରିବର୍ତ୍ତନ ଆସିବା ସହ ଓଡ଼ିଶା ଆହୁରି ଦକ୍ଷ ହେଉଛି । ଆଗକୁ ମଧ୍ଯ ସେ ଓଡ଼ିଶା ବିକାଶରେ ଭାଗିଦାରୀ ହେବା ସହ ଯୁବପିଢିଙ୍କ ଦକ୍ଷତା ବିକାଶ ଦିଗରେ ନିୟୋଜିତ ହୋଇରହିବାକୁ ଇଣ୍ଟରଭ୍ଯୁ ଟାଇମ୍ସ ତରଫରୁ ଆଶା ପ୍ରକାଶ କରୁଛୁ ।

Post Views89 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!