ଏଇଠୁ ଆରମ୍ଭ ମାତ୍ର , ଲୋକଙ୍କ ନେତା କ୍ୟାବିନେଟ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର

ଢେଙ୍କାନାଳ ବିଧାୟକ ଭାବରେ ନିର୍ବାଚିତ ହେବା ପରେ ବିଧାୟକ କୃଷ୍ଣଚନ୍ଦ୍ର ପାତ୍ରଙ୍କୁ କ୍ୟାବିନେଟ ପାହ୍ୟାରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ବିଜ୍ଞାନ ଓ ବୈଷୟିକ ବିଭାଗ ପ୍ରଦାନ କରାଯାଇଛି । ଦୀର୍ଘବର୍ଷ ହେବ କୃଷ୍ଣଚନ୍ଦ୍ର ବିଜେପିର ଜଣେ ସକ୍ରିୟ ସଦସ୍ୟ ଭାବେ କାର୍ଯ୍ୟ କରୁଥିବା ବେଳେ, ମେଣ୍ଟ ସରକାର ସମୟରେ ବିଜୟର ମୁକୁଟ ପିନ୍ଧିଥିଲେ ।

ଜଣେ ଉଚ୍ଚ ଶିକ୍ଷିତ ଭାବେ ୧୯୮୮ ମସିହାରେ ଢେଙ୍କାନାଳ ସ୍ୱୟଂ ଶାସିତ ମହାବିଦ୍ୟାଳୟରୁ ଏମଏସସି ପାସ କରିବା ସହ ୧୯୯୨ରେ ଢେଙ୍କାନାଳ ଆଇନ ମହାବିଦ୍ୟାଳୟରୁ ଏଲଏଲବି ମଧ୍ୟ ପାସ କରିଛନ୍ତି । ଗତ ୧୯୯୩, ୧୯୯୫ରେ ଅବିଭକ୍ତ ଢେଙ୍କାନାଳ ଏବଂ ଅନୁଗୁଳ ଜିଲ୍ଲାର ଶତାଧିକ ବଜରଙ୍ଗ କର୍ମୀଙ୍କୁ ନେଇ ସେ ରାମ ମନ୍ଦିର ନିର୍ମାଣ ପାଇଁ ମଧ୍ୟ ଧଣ୍ଡା ଧରିଥିଲେ । ସଙ୍ଘର କାର୍ଯ୍ୟକାରୀ ଭାବେ ଛାତ୍ର ଜୀବନରୁ ସେ ବର୍ତ୍ତମାନ ପର୍ଯ୍ୟନ୍ତ ରହିଥିବା ବେଳେ କୌଣସି ଦଳ ପରିବର୍ତ୍ତନ କରିନାହାନ୍ତି ।

ରାଜନୈତିକ ଜୀବନକାଳ ମଧ୍ୟରେ ଚଳିତ ନିର୍ବାଚନ କୁ ମିଶାଇ ଦୁଇଥର ବିଧାୟକ ହୋଇଥିବା ବେଳେ, ରାଜ୍ୟ ଓବିସି ମୋର୍ଚ୍ଚା ସଭାପତି, ଦୁଇଥର ଜିଲ୍ଲା ସଭାପତି ଏବଂ ଯୁବ ମୋର୍ଚ୍ଚା ସଭାପତି ଭାବରେ ସେ କାର୍ଯ୍ୟ କରିଆସିଛନ୍ତି । ଚଳିତବର୍ଷ ନିର୍ବାଚନ ରେ ପ୍ରାୟ ୨୦ ହଜାର ୧୨୯ ବ୍ୟବଧାନରେ ବିଜୟ ଲାଭ କରିଛନ୍ତି ।

ନିର୍ବାଚନ ରେ ଜିତିବା ପରେ କ୍ୟାବିନେଟ ମନ୍ତ୍ରୀପଦ ରେ ପାଦଦେବା ଏବଂ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ବିଜ୍ଞାନ ଓ ବୈଷୟିକ ବିଭାଗରେ ମନ୍ତ୍ରୀପଦ ପାଇବା ପରେପରେ ପ୍ରଥମ ଢେଙ୍କାନାଳ ଗସ୍ତରେ ଆସିଥିଲେ କୃଷ୍ଣଚନ୍ଦ୍ର । ସହରର ବିଭିନ୍ନ ସ୍ଥାନରେ ତାଙ୍କୁ ବିପୁଳ ଜନ ସମାଗମରେ ଶୁଭେଚ୍ଛା ଜଣାଇଥିଲେ ସହରବାସୀ ।

ତେବେ ଏତିକିରେ ସରିଯାଇନି ଏଇଠୁ ଆରମ୍ଭ ମାତ୍ର, ବୋଲି ସ୍ଥାନୀୟ ଗଣମାଧ୍ୟମରେ ସୂଚନା ଦେଇଛନ୍ତି ସିଏ । ଆଉ ବାବୁ ଗିରି ଶାସନ ଚାଲିବ ନାହିଁ। ଯାହା ଜନସାଧାରଣଙ୍କ ହିତ ପାଇଁ ବିବେଚିତ ହେବ ସେହି ଅନୁସାରେ କାର୍ଯ୍ୟ କରାଯିବ। ରିଭ୍ୟୁ ସମୟରେ ଯଦି କୌଣସି ଅଧିକାରୀ ଦୁର୍ନୀତି କରିଥିବାର ନଜରରେ ଆସେ ତେବେ ଦୃଢ଼ କାର୍ଯ୍ୟାୁନୁଷ୍ଠାନ ନିଆଯିବ। ଢ଼େଙ୍କାନାଳ ଜିଲ୍ଲାରେ ଆଗକୁ ସମସ୍ତ ପ୍ରକାରର ବିକାଶମୂଳକ କାର୍ଯ୍ୟକ୍ରମ କରାଯିବ ବୋଲି ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଗଣମାଧ୍ୟମ କୁ ପ୍ରତିକ୍ରିୟା ଦେଇଛନ୍ତି । ସେହିପରି ପୂର୍ବ ସରକାର ସମୟରେ ହୋଇଥିବା ହରିଲୁଟ୍ ର ଟିକିନିକି ତଦନ୍ତ କରାଯିବା ସହ ରାଜସ୍ୱ ଲୁଟେରାଙ୍କୁ ଜେଲ୍ ପଠାଯିବ ବୋଲି ସୂଚନା ଦେଇଛନ୍ତି କ୍ୟାବିନେଟ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର।

Post Views3 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!