ଝଡ଼ତୋଫାନରେ ଚାଲିଗଲା ୫ ଜୀବନ । ଗତକାଲି ପ୍ରବଳ ବର୍ଷା ପବନରେ ଦିଲ୍ଲୀ ବେହାଲ ହୋଇଥିବା ବେଳେ ଦିଲ୍ଲୀ ଏବଂ ଏନସିଆରରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।
ଦିଲ୍ଲୀରେ ୨ ଜଣ ଏବଂ ଏନସିଆରରେ ୩ ଜଣଙ୍କ ଜୀବନ ଯାଇଛି । କାନ୍ଥ ଏବଂ ଗଛ ପଡି ମୃତ୍ୟୁ ହୋଇଥିବା ପ୍ରାଥମିକ ସ୍ତରରେ ସୂଚନା ମିଳିଛି ।ତେବେ ଗତକାଲି ସନ୍ଧ୍ୟାରେ ବର୍ଷା ପବନରେ ବେହାଲ ହୋଇଛି ରାଜଧାନୀ ଦିଲ୍ଲୀ ।
ଭୟଙ୍କର ବର୍ଷାରେ ବିଶେଷକରି ଏନସିଆର୍ ଅଞ୍ଚଳ ବେହାଲ ହୋଇଛି । ପ୍ରବଳ ଝଡ଼ତୋଫାନ ଫଳରେ ପରିସ୍ଥିତି ସଙ୍ଗୀନ ହୋଇଛି । ସଫଦରଜଙ୍ଗ ଅଞ୍ଚଳରେ ଘଣ୍ଟାକୁ ୮୦ କିଲୋମିଟର ବେଗରେ ପବନ ବହିବା ରେକର୍ଡ ହୋଇଛି ।
କିଛି ଜାଗାରେ ବିଦ୍ୟୁତ ସେବା ବାଧାପ୍ରାପ୍ତ ହୋଇଛି । ଝଡ଼ତୋଫାନାରେ ଗଛ ଉପୁଡ଼ିଛି । ହୋଡିଂ ଭାଙ୍ଗି ରାସ୍ତା ଉପରେ ପଡ଼ିଛି । ଫଳରେ ଯାତାୟତ ବାଧାପ୍ରାପ୍ତ ହୋଇଥିଲା ।

