କବିତା ସଂକଳନ ‘ଆସେସ ଟୁ ଆଛେମ’ ଲୋକାର୍ପିତ

କବି ସ୍ଵୟଂପ୍ରଭା ରଥଙ୍କ ରଚିତ ଇଂରାଜୀ କବିତା ସଂକଳନ ‘ଆସେସ ଟୁ ଆଛେମ’ । ଗତକାଲି ଭୁବନେଶ୍ୱରସ୍ଥିତ ବୁଦ୍ଧ ମନ୍ଦିର ପରିସରରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଲୋକାର୍ପିତ ହୋଇଛି ।

ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ଓଡ଼ିଆ ସାହିତ୍ୟିକ ପ୍ରଫେସର ପ୍ରଫୁଲ୍ଲ କୁମାର ମହାନ୍ତି ମୁଖ୍ୟ ଅତିଥ୍ ରୂପେ ଯୋଗ ଦେଇଥିଲେ। କାଯ୍ୟକ୍ରମରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ସୁନାମ ଧନ୍ୟ ତଥା ପ୍ରବୀଣ କଵି ଡକ୍ଟର ଫନୀ ମହାନ୍ତି ପୌରହିତ୍ୟ କରିଥିଲେ ।

କିସ ବିଶ୍ୱ ବିଦ୍ୟାଳୟର ମାନବ ସମ୍ବଳ ମୁଖ୍ୟ ତଥା ଇଂରାଜୀ ବିଭାଗ ମୁଖ୍ୟ ପ୍ରଫେସର ଚିତ୍ତରଞ୍ଜନ ଭୋଇ ‘ଆସେସ ଟୁ ଆଛେମ’ ପୁସ୍ତକରେ ସ୍ଥାନିତ କବିତା ଗୁଡ଼ିକର ସମ୍ବେଦନଶୀଳ ଦୃଷ୍ଟି ବିଷୟରେ ଆଲୋଚନା କରିଥିଲେ ।

ପ୍ରଫେସର ସୁଧୀର କୁମାର ଯୋଶୀ କବିତା ଗୁଡ଼ିକର ଚିତ୍ରକଳ୍ପର ବ୍ୟବହାର ବିଷୟରେ ଆଲୋକପାତ କରିଥିଲେ ଏବଂ ପ୍ରଫେସର ମନୀନ୍ଦ୍ର ମେହେର କବିତା ଗୁଡ଼ିକର ପ୍ରବାହମାନତା ବିଷୟରେ ଉପସ୍ଥିତ ପାଠକ ପାଠିକାଙ୍କୁ ଅବଗତ କରାଇଥିଲେ ।

ନାଲକୋ ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ(ମାନବ ସମ୍ବଳ) ଶ୍ରୀ ଆଶୁତୋ ଶୁତୋଷ ରଥ ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମର ଆବାହକ ଥିଲେ ଓ କବି ସ୍ୱୟଂ ପ୍ରଭାଙ୍କ କବିତାର ଯାତ୍ରା, ତଥା ଜୀବନ ବନ ସମ୍ବନ୍ଧରେ ସମ ଆଲୋକପାତ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ଅନେକ ବିଶିଷ୍ଟ ସାହିତ୍ୟକ, ସୁନାମଧନ୍ୟ କଢି, ପତ୍ର-ପତ୍ରିକ ପତ୍ର-ପତ୍ରିକାର ବିଶିଷ୍ଟ ସମ୍ପାଦକମାନେ ଉପସ୍ଥିତ ରହି ସଭାଗୃହକୁ ଗାରିମା ମଣ୍ଡିତ କରିଥିଲେ । ଡକ୍ଟର ସୋନାଲି ସାହୁ କାର୍ଯ୍ୟକ୍ରମର ସଂଚାଳନ କରିଥିଲେ ।

Post Views27 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!