ମହାନ ଶିକ୍ଷକ ନିକୁଞ୍ଜ ବିହାରୀ ଶତପଥୀ

ଶିକ୍ଷକଙ୍କୁ ବିଦାୟୀକାଳୀନ ସମ୍ବର୍ଦ୍ଧନା । ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ ପୁବଳ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ନିକୁଞ୍ଜ ବିହାରୀ ଶତପଥୀଙ୍କୁ  ଅବସର କାଳୀନ ବିଦାୟୀ ସମ୍ବର୍ଦ୍ଧନା ଦିଆଯାଇଛି।

ଉକ୍ତ ସଭାରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ମଣ୍ଡଳ ଶିକ୍ଷା ଅଧିକାରୀ ଶ୍ରୀମତୀ ପ୍ରେମାଞ୍ଜଳୀ ନାୟକ ମହୋଦୟା, ମୁଖ୍ୟ ବକ୍ତା ଭାବେ ମଙ୍ଗଳପୁର କ୍ଳଷ୍ଟର ର ସି.ଆର୍. ସି.ସି ଶ୍ରୀଯୁକ୍ତ ବସନ୍ତ କୁମାର ବଳ ମହୋଦୟ ତଥା ସମ୍ମାନୀତ ଅତିଥି ଭାବେ ନିଖିଳ ଉତ୍କଳ ନିମ୍ନ ମାଧ୍ୟମିକ ଶିକ୍ଷକ ସଂଘ ର ସଭାପତି ଶ୍ରୀଯୁକ୍ତ ଶ୍ୟାମସୁନ୍ଦର ହାଁସଦା ସମ୍ପାଦକ ଶ୍ରୀଯୁକ୍ତ ସଞ୍ଜୟ ସାମଲ , ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ ର ସମ୍ପାଦକ ଶ୍ରୀଯୁକ୍ତ ପ୍ରସନ୍ନ କୁମାର ମିଶ୍ର,ଉପ ସଭାପତି ଶ୍ରୀଯୁକ୍ତ ବିଶ୍ଵମୋହନ ନାୟକ , ସମସ୍ତ କ୍ଳଷ୍ଟର ର CRCC ଶ୍ରୀଯୁକ୍ତ ଜୁଗଳ ବେହେରା, ଶ୍ରୀଯୁକ୍ତ ହିମାଂଶୁ ଶେଖର ସ୍ବାଇଁ, ଶ୍ରୀଯୁକ୍ତ ଅନିଲ କୁମାର ରଣା, ଶ୍ରୀଯୁକ୍ତ ଶରତ ଚନ୍ଦ୍ର ଖୁଣ୍ଟିଆ,ଅବସର ପ୍ରାପ୍ତ ଶିକ୍ଷକ ଶ୍ରୀଯୁକ୍ତ ଜୟନ୍ତ କୁମାର ଦାସ ,ପୁବଳ ର Ward Member ଶ୍ରୀଯୁକ୍ତ ସୁଧାକର ମୁଣ୍ଡା , କଙ୍କଡ଼ାହାଡ଼ ବ୍ଳକର WEO ଶ୍ରୀଯୁକ୍ତ ପ୍ରଶାନ୍ତ ରାଉତ ଯୋଗଦେଇଥିଲେ। ସଭାର ସଭାପତିତ୍ବ କରିଥିଲେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଗୋବିନ୍ଦ ଚନ୍ଦ୍ର ଦାସ ମହୋଦୟ। ପ୍ରଥମେ ଅତିଥିଙ୍କ ଦ୍ବାରା ପ୍ରଭୁ ଜଗନ୍ନାଥଙ୍କ ନିକଟରେ ଦ୍ବୀପ ପ୍ରଜ୍ଜ୍ୱଳନ କରି ସଭା ଆରମ୍ଭ ହେବା ସହିତ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସ୍ବାଗତ ନୃତ୍ୟ ମାଧ୍ୟମରେ ସମସ୍ତଙ୍କୁ ସ୍ବାଗତ କରାଯାଇଥିଲା।

ଏହାପରେ ସାର୍ ଙ୍କ ଉଦ୍ଦେଶ୍ୟରେ ଛାତ୍ରଛାତ୍ରୀ , ଅଭିଭାବକ, ଶିକ୍ଷକ ଶିକ୍ଷୟିତ୍ରୀ, ପରିବାର ବର୍ଗ ତଥା ସମସ୍ତ ଅତିଥି ବୃନ୍ଦ ନିଜର ସ୍ମରଣୀୟ ମୂହୁର୍ତ୍ତ ବଖାଣିବା ସହିତ ଉପହାର ପ୍ରଦାନ କରି ଦୀର୍ଘାୟୁ କାମନା କରିଥିଲେ। ଏବେ ସେ ଚାକିରି ଜୀବନରୁ ଅବସର ନେଉଛନ୍ତି । ସଭାରେ ସମସ୍ତ ଛାତ୍ରଛାତ୍ରୀ ,ପୂରାତନ ଛାତ୍ରଛାତ୍ରୀ ,ଶିକ୍ଷକ,ଶିକ୍ଷୟତ୍ରୀ ଓ ଅଭିଭାବକ ଙ୍କ ସହ ଗ୍ରାମ ବାସୀ ଉପସ୍ଥିତ ଥିବା ବେଳେ ଛାତ୍ରଛାତ୍ରୀ ଙ୍କ ଆଖିରେ ଲୁହ ଘନେଇ ଆସିଥିଲା । ସେ ଜଣେ ଆଦର୍ଶ ଶିକ୍ଷକ ଭାବରେ ଚିରସ୍ମରଣୀୟ ରହିବେ ବୋଲି ବକ୍ତା ଓ ଅତିଥି ମାନେ ମତ ଦେଇଛନ୍ତି । ଶିକ୍ଷକଙ୍କୁ ବିଦ୍ୟାଳୟରୁ ବାଜା ବାଣ ରୋଷଣୀ କରି ତାଙ୍କ ବାସଭବନରେ ପହଞ୍ଚାଇ ଥିଲେ ।

Post Views19 Total Count

Apply Now


This will close in 0 seconds

error: Content is protected !!