ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ୨୮ ତାରିଖରେ ଦକ୍ଷିଣ ଓଡ଼ିଶାରେ ୬୦ରୁ ୭୦ କିମି ବେଗରେ ପବନ ମାଡ଼ ହେବ। ୨୦୦ରୁ ୩୦୦ ମିଲିମିଟର ଯାଏ ବର୍ଷା ଢାଳିବ। ଆଇଏମଡି ଡିଜି ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ର ଏହି ସୂଚନା ଦେଇଛନ୍ତି।
ଦକ୍ଷିଣ ଓଡ଼ିଶାରେ ପବନର ବେଗ ୧୦୦ କିମି ଛୁଇଁପାରେ। ଆଇଏମଡି ଜାରି କରିଥିବା ମ୍ୟାପ୍ରୁ ଏମିତି ଇସାରା ମିଳୁଛି। ପାଣିପାଗ ବିଶେଷଜ୍ଞମାନେ ବି ଏଭଳି ପୂର୍ବାନୁମାନ ଦେଇଛନ୍ତି। କେବଳ ଦକ୍ଷିଣ ଓଡ଼ିଶା ନୁହେଁ, ପୂରା ଓଡ଼ିଶାରେ ପ୍ରବଳ ବର୍ଷା ହେବ। ୨୭ ଓ ୨୮ ତାରିଖ ଦୁଇ ଦିନ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପୂର୍ବାନୁମାନ କରିଛି।
ଏଥି ସହ ଅନ୍ୟ ଏକ ପାଣିପାଗ ମଡେଲ୍ ଦର୍ଶାଇଛି ଯେ ବାତ୍ୟା ଆନ୍ଧ୍ର ଛୁଇଁଲା ବେଳକୁ ଓଡ଼ିଶା ଭିତରକୁ ଆଉ ଏକ ଲଘୁଚାପ ପଶିବ। ଗୋପାଳପୁରରୁ ପାରାଦୀପ ଭିତରେ ଏହି ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ବ୍ୟାପକ ବର୍ଷା ହେବ ବୋଲି ଆକଳନ କରାଯାଇଛି।

