ଆରମ୍ଭ ହେଲା ଫ୍ୟାଶନ ଆଣ୍ଡ ଲାଇଫ୍ ଷ୍ଟାଇଲ୍ ମେଳା

୧-ମେଳାରେ ରହିଛି ଏସ୍‌.ଏଚ୍‌.ଜି ସହ ୧୨୦ ମହିଳା ଷ୍ଟଲ
୨-ଯୋଗଦେଲେ କ୍ରିକେଟ୍ ତାରକା ଇରଫାନ୍ ପଠାନ୍‌
୩-୧୨ ତାରିଖ ପର୍ଯ୍ୟନ୍ତ ଚାଲିବ ଫ୍ୟାଶନ ଆଣ୍ଡ ଲାଇଫ୍ ଷ୍ଟାଇଲ୍ ମେଳା

ଭୁବନେଶ୍ୱର : ଆଇ.ଏନ୍‌.ଡ଼ବ୍ଳ୍ୟୁ.ଇ.ସି ମହିଳା ବାଣିଜ୍ୟ ମେଳାର ସଫଳତା ପରେ ଇଣ୍ଡିଆନ ଚାମ୍ବର ଅଫ୍ କମର୍ସ ଓ ମହିଳା ଉଦ୍ୟୋଗୀ ପରିଷଦର ମିଳିତ ସହଯୋଗରେ ଭୁବନେଶ୍ୱରରେ ଆରମ୍ଭ ହୋଇଛି ଫ୍ୟାସନ୍ ଆଣ୍ଡ ଲାଇଫ୍ ଷ୍ଟାଇଲ୍ ମେଳା । ପଟିଆ ସ୍ଥିତ ପାଟ୍ରୋନିକ୍ସ ଗ୍ରାଉଣ୍ଡରେ ଆରମ୍ଭ ହୋଇଥିବା ଏହି ମେଳାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଭିଡ଼ିଓ ବାର୍ତ୍ତା ମାଧ୍ୟମରେ ଉଦ୍‌ଘାଟନ କରି ନିଜର ଶୁଭକାମନା ଜଣାଇଥିଲେ ।

ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଭୁବନେଶ୍ୱର ମେୟର ସୁଲୋଚନା ଦାସ, ଆଇ.ଏ.ଏସ୍‌. ତଥା ହ୍ୟାଣ୍ଡଲୁମ୍ ଟେକ୍ସଟାଇଲ ଓ ହ୍ୟାଣ୍ଡିକ୍ରାଫ୍‌ଟର ପ୍‌୍ରିନ୍ସିପାଲ ସେକ୍ରେଟାରୀ ଅରବିନ୍ଦ ପାଢୀ, ଏମ୍‌.ଏସ୍‌.ଏମ୍‌.ଇ. ଡ଼ି.ଏଫ୍‌.ଓ କଟକର ଯୁଗ୍ମ ନିର୍ଦ୍ଦଶକ ପୱନ ଗୁପ୍ତା, ବୟନିକାର ପରିଚାଳନା ନିର୍ଦ୍ଦେଶକ ଶ୍ୟାମଭକ୍ତି ମିଶ୍ର, ଇଭୋସ୍ ବିଲ୍ଡକନ ପ୍ରା. ଲିଃ.ର ସହ ପ୍ରତିଷ୍ଠାତା ତଥା ପରିଚାଳନା ନିର୍ଦ୍ଦେଶକ କଳିଙ୍ଗ କେଶରୀ ରଥ, ଅରୁନ୍ଧତୀ ଜ୍ୱେଲର୍ସର ପରିଚାଳନା ନିର୍ଦ୍ଦେଶକ ବ୍ରହ୍ମାନନ୍ଦ ମେହେର, ଆଇ.ସି.ସି. ଓଡ଼ିଶା ଶାଖାର ଅଧ୍ୟକ୍ଷ ଜେ.ବି. ପାଣି, ସହ-ଅଧ୍ୟକ୍ଷ ଏମ୍‌. କେ. ଗୁପ୍ତା, ଆଇ.ଏନ୍‌.ଡ଼ବ୍ଳୁ.ଇ.ସି ଆବାହକ ସୁକିର୍ତ୍ତିି ପଟ୍ଟନାୟକ, ସହ-ଆବାହକ ତନୟା ପଟ୍ଟନାୟକ, କୋର ମେମ୍ବର ପ୍ରୀତି ପଲ୍ଲଭୀ ପଟ୍ଟନାୟକ, ଆଞ୍ଚଳିକ ମୁଖ୍ୟ ଆଇ.ସି.ସି. ଓଡ଼ିଶା କାଉନସିଲ ଜେ.ପି.ପାଲ ଉପସ୍ଥିତ ଥିଲେ । ପ୍ରଥମ ଦିନରେ ମୁଖ୍ୟ ଆକର୍ଷଣ ସାଜିଥିଲେ ଭାରତୀୟ କ୍ରିକେଟର ଇରଫାନ ପଠାନ୍ । ତାଙ୍କର ପ୍ରେରଣା ଦାୟକ ବତ୍କୃତ ଉପସ୍ଥିତ ଦର୍ଶକଙ୍କୁ ସେଠାରେ ବାନ୍ଧି ରଖିଥିଲା । ସେହିପରି ଭୁବନେଶ୍ୱର ସୁପର ବାଇକ୍‌ର କ୍ଳବର ର‌୍ୟାମ୍ପ ସୋରେ ଅଭିନେତା ସିଦ୍ଧାନ୍ତ ମହାପାତ୍ରଙ୍କୁ ସୋ ଷ୍ଟପର ଭାବରେ ଦେଖିବାକୁ ମିଳିଥିଲା । ଏଥିରେ ଡ଼ିଜାଇନର ଭେଦିକା ଖଣ୍ଡେଲ୍‌ୱାଲ୍‌, ଜୁବିନା ଅଲ୍ଲି, ଲୋପାମୁଦ୍ରା ଭଞ୍ଜ ଓ ରିତିକା ରୁଲ୍‌ହାନ୍ ସେମାନଙ୍କ ପ୍ରଦର୍ଶିତ କରିଥିଲେ । ଏହା ସହିତ ଆଇ.ସି.ସି. କୋର ମେମ୍ବର ପଦ୍ମିନୀ ପାଣିଗ୍ରାହୀ, କଣ୍ଠଶିଳ୍ପୀ ସୁସ୍ମିତା ଦାସ ଓ ବର୍ଣ୍ଣାଳୀ ହୋତାଙ୍କ ଦ୍ୱାରା ପରିବେଷିତ ସାଂସ୍କୃତିକ କାର୍ଯ୍ୟକ୍ରମ ମନମୁଗ୍ଧକର ଥିଲା । ଓଲିଉଡ଼୍ ଅଭିନେତ୍ରୀ ଶିବାନୀ ସଙ୍ଗୀତା, ଶୀତଲ ପାତ୍ର, ଭୂମିକା ଦାଶ, ଦେବଜାନୀ ଡୁଙ୍ଗରିଆ, ପୁନମ୍ ମିଶ୍ର, ଅଭିନେତା ଅନୁଭବ ମହାନ୍ତି, ଜ୍ୟୋତି ରଞ୍ଜନ ନାୟକ, ଦ୍ୱିପନିତ୍‌, ପାର୍ଥ ସାରଥି, ସୁବାଶିସ୍ ଶର୍ମା ଉପସ୍ଥିତ ଥିଲେ । ଏହା ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ଏଠାରେ ଚାଲିବ । ଏଥିରେ ଫ୍ୟାସନ ହ୍ୟାଣ୍ଡଲୁମ୍ ଏବଂ ଜୀବନଶୈଳୀ ବ୍ୟବସାୟୀ କ୍ଷେତ୍ରରେ ୧୨୦ରୁ ଅଧିକ ଉଦ୍ୟୋଗୀଙ୍କ ଷ୍ଟଲ ଖୋଲାଯାଇଛି । ବିଶେଷ ଭାବେ ଏସ୍‌.ଏଚ୍‌.ଜି. ମହିଳାମାନଙ୍କ ଷ୍ଟଲ ଏଠାରେ ସ୍ଥାନ ପାଇଛି ।

ମହିଳା ଉଦ୍ୟୋଗୀଙ୍କ ଷ୍ଟଲରେ ସେମାନଙ୍କ ଉତ୍ପାଦ ପ୍ରଦର୍ଶିତ କରାଯାଇଛି । ସେହିପରି ଏହି ମେଳାରେ ସମ୍ମିଳନୀ, କର୍ମଶାଳା, ଟକ ଶୋ, ସାଂସ୍କୃତିକ କାର୍ଯ୍ୟକ୍ରମ, ଫ୍ୟାସନ ସୋ, ଖାଦ୍ୟ ମହୋତ୍ସବ ଦେଖିବାକୁ ମିଳୁଛି । ସବୁଠୁ ବଡ଼ କଥା ହେଲା ଏହି ମେଳାରେ ଓଡ଼ିଶାର ଡ଼ିଜାଇନରମାନଙ୍କ ସହିତ ବିଭିନ୍ନ ପ୍ରକାର ଡ଼ିଜାଇନ୍ ପ୍ରଦର୍ଶିତ କରୁଥିବା ୩୦ଟିରୁ ଅଧିକ ଫ୍ୟାସନ ସୋ ମଧ୍ୟ ପ୍ରଦର୍ଶିତ କରାଯିବ । ଏଥିରେ ଶିଶୁ, ମା, ମଡେଲ ଏବଂ ଭାଗ ନେଇ ନିଜର ପାରଦର୍ଶିତାର ଜଲୱା ଦେଖାଇବେ । ଏହି ୫ ଦିନ ବ୍ୟାପୀ ଚାଲିବାକୁ ଥିବା ମେଳାରେ ବଲିଉଡ଼୍ ଫ୍ୟାସନ ଡ଼ିଜାଇନର ମନିଷ ମାଲହୋତ୍ରା, ବଲିଉଡ୍‌. ଅଭିନେତ୍ରୀ ଦିଆ ମିର୍ଜା, ଅଭିନେତା ଜାୟେଦ ଖାନ୍ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।

Post Views21 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!