ମହିମା ଗୋସାଇଁ ଏକ୍ସପ୍ରେସର ଗୋଟିଏ ବଗି ଲାଇନଚ୍ୟୁତ

ସମ୍ବଲପୁରରେ ରେଳ ଦୁର୍ଘଟଣା। ଶାଲିମାରରୁ ସମ୍ବଲପୁର ଯାଉଥିବା ଶାଲୀମାର-ସମ୍ବଲପୁର ୨୦୮୩୧ ମହିମା ଗୋସାଇଁ ଏକ୍ସପ୍ରେସର ଗୋଟିଏ ସାଧାରଣ ବଗି ଲାଇନଚ୍ୟୁତ ହୋଇଥିବା ନେଇ ଖବର ରହିଛି। ସମ୍ବଲପୁର ସିଟି ଷ୍ଟେସନ ନିକଟରେ ଟ୍ରେନର ଗୋଟିଏ ବଗି ଲାଇନଚ୍ୟୁତ ହୋଇଥିଲା। ଘଟଣାଟି ଆଜି ଗୁରୁବାର ସକାଳ ୯ ୨୨ ମିନିଟରେ ଘଟିଛି।  ତେବେ ରିପୋର୍ଟ ଲେଖାଯିବା ବେଳକୁ ମୃତାହତ ସମ୍ପର୍କିତ ସୂଚନା ଶୂନ ରହିଥିବା ଜଣାପଡିଛି। ଘଟଣା ସ୍ଥଳ ରେ DRM ଙ୍କ ସହ ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ରହିଛନ୍ତି।

ମିଳିଥିବା ସୂଚନା ମୁତାବକ ଟ୍ରେନଟି ସମ୍ବଲପୁର ସିଟି ଷ୍ଟେସନ ଛାଡିବାର କିଛି ସମୟ ପରେ ଦୁର୍ଘଟଣାର ସମ୍ମୁଖିନ ହୋଇଥିଲା।ଟ୍ରେନଟିର ବେଗ ବହୁତ ଧିମା ଥିବାରୁ ବେଶି ମାତ୍ରାରେ କ୍ଷୟକ୍ଷତି ହୋଇନଥିବା ସୂଚନା ରହିଛି। ସମସ୍ତ ଯାତ୍ରୀ ସୁରକ୍ଷିତ ରହିଛନ୍ତି। ବରିଷ୍ଠ ରେଳ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିବା ଜଣାପଡିଛି।

Post Views3 Total Count

Apply Now


This will close in 0 seconds

error: Content is protected !!