ବ୍ରହ୍ମପୁର MKCG ମେଡିକାଲରେ ବିରଳ ଯୋଡ଼ା ମୁଣ୍ଡ ଶିଶୁ ଜନ୍ମ

ବ୍ରହ୍ମପୁର MKCG ମେଡିକାଲ କଲେଜରେ ଏକ ବିରଳ ଶିଶୁ ଜନ୍ମ ନେଇଛି। କନ୍ଧମାଳ ଜିଲ୍ଲାର ଜଣେ ମହିଳା ଦୁଇଟି ମୁଣ୍ଡ ଥିବା ଶିଶୁକୁ ଜନ୍ମ ଦେଇଛନ୍ତି। ନବଜାତ ଶିଶୁଟିର ଅବସ୍ଥା ଗୁରୁତର ଥିବାରୁ ତାକୁ ମେଡିକାଲର ସ୍ପେଶାଲ୍ ନ୍ୟୁବର୍ଣ୍ଣ କେୟାର ୟୁନିଟ୍ (SNCU)ରେ ରଖି ଚିକିତ୍ସା କରାଯାଉଛି।
ସୂଚନା ଅନୁଯାୟୀ, ମଙ୍ଗଳବାର MKCG ମେଡିକାଲ କଲେଜର ଶିଶୁ ବିଭାଗରେ ଏହି ଶିଶୁଟି ଜନ୍ମ ନେଇଥିଲା। ଶିଶୁଟିର ଏଭଳି ବିରଳ ଶାରୀରିକ ଗଠନକୁ ଦୃଷ୍ଟିରେ ରଖି ଶିଶୁ  ବିଭାଗର ପ୍ରଫେସରଙ୍କ ପକ୍ଷରୁ ପରୀକ୍ଷା ନିରୀକ୍ଷା କରାଯିବ। ଏହାପରେ ଶିଶୁର ସ୍ୱାସ୍ଥ୍ୟାବସ୍ଥା ଅନୁଧ୍ୟାନ କରି ପରବର୍ତ୍ତୀ ଚିକିତ୍ସା ପଦକ୍ଷେପ ନିଆଯିବ।

ବର୍ତ୍ତମାନ ଶିଶୁଟିକୁ SNCUରେ ରଖାଯାଇ ଚିକିତ୍ସା ଜାରି ରହିଛି। ତାର ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବା ସୂଚନା ମିଳିଛି। ଏହି ବିରଳ ଶିଶୁର ସ୍ୱାସ୍ଥ୍ୟାବସ୍ଥା ଏବଂ ପରବର୍ତ୍ତୀ ଚିକିତ୍ସାକୁ ନେଇ ଏବେ ଡାକ୍ତରୀ ଦଳର ପରୀକ୍ଷାନିରୀକ୍ଷା ଉପରେ ନଜର ରହିଛି।

Post Views105 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!