ସ୍ୱର୍ଣ୍ଣ ବିଜେତା ନୀରଜ ଯାଦବଙ୍କ ମୃତ୍ୟୁ

୩ ଥରର ଏସିଆନ୍ ପାରା ଗେମ୍ସ ସ୍ୱର୍ଣ୍ଣ ପଦକ ବିଜେତା ନୀରଜ ଯାଦବଙ୍କ ମୃତ୍ୟୁ । ଦିଲ୍ଲୀରେ ତାଙ୍କର ମୃତ୍ୟୁ ହୋଇଥିବା ନେଇ ଖବର ମିଳିଛି । ସେ ବିଷାକ୍ତ ପଦାର୍ଥ ସେବନ କରିଥିବା ଅଭିଯୋଗ ହୋଇଛି । ତେବେ ତାଙ୍କ ମୃତ୍ୟୁର ପ୍ରକୃତ କାରଣ ଏବଂ ପରିସ୍ଥିତି ଏଯାଏଁ ସ୍ପଷ୍ଟ ହୋଇନାହିଁ। ଏହି ଘଟଣାକୁ ନେଇ କ୍ରୀଡ଼ା ଜଗତରେ ଶୋକର ଛାୟା ଖେଳିଯାଇଛି ।

୪୨ ବର୍ଷୀୟ ନୀରଜ ଯାଦବ ଭାରତର ଜଣେ ପ୍ରତିଷ୍ଠିତ ପାରା ଆଥଲେଟ୍ ଥିଲେ । ସେ F55 ବର୍ଗରେ ପ୍ରତିଯୋଗିତା କରୁଥିଲେ । ୨୦୧୮ ମସିହାରେ ଜାକର୍ତ୍ତାରେ ଅନୁଷ୍ଠିତ ଏସିଆନ୍ ପାରା ଗେମ୍ସରେ ଜାଭେଲିନ୍ ଥ୍ରୋରେ ସ୍ୱର୍ଣ୍ଣ ପଦକ ଜିତିଥିଲେ । ଏହାପରେ ୨୦୨୩ ମସିହାରେ ହାଙ୍ଗଝୋଉରେ ଅନୁଷ୍ଠିତ ପାରା ଏସିଆନ୍ ଗେମ୍ସରେ ଜାଭେଲିନ୍ ଓ ଡିସ୍କସ୍ ଥ୍ରୋରେ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ । ଏଭଳି ଭାବେ ସେ ଦେଶ ପାଇଁ ତିନୋଟି ସ୍ୱର୍ଣ୍ଣ ପଦକ ଜିତିଥିଲେ ।

Post Views41 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!