ସୋସିଆଲ୍ ମିଡିଆରେ ଅନେକ ଭାଇରାଲ୍ ଭିଡିଓ ଆପଣ ଦେଖିଥିବେ। ନିକଟରେ ମଧ୍ୟ ଏକ ଭିଡିଓ ଭାଇରାଲ୍ ହୋଇଛି। ଭାଇରାଲ୍ ଭିଡିଓରେ ଜଣେ ବାଇକ୍ ଚଳକଙ୍କ ପଛରେ ଏକ କୁକୁର ହେଲ୍ମେଟ୍ ପିନ୍ଧି ବସିଥିବାର ଦେଖିବାକୁ ମିଳିଛି। ଭଡିଓଟିକୁ @ PMN2463 ଟ୍ବିଟର୍ ଆକାଉଣ୍ଟ୍ରେ ପୋଷ୍ଟ୍ କରାଯାଇଛି। ପୋଷ୍ଟ କରାଯାଇଥିବା ଭିଡିଓରେ କୁକୁରଟି ଯାତ୍ରୀ ପରି ବାଇକ୍ ପଛରେ ବସିଥିବାର ଭିଡିଓ ଦେଖି ସୋସିଆଲ୍ ମିଡିଆ ବ୍ୟବହାରକାରୀ ଚକିତ ହୋଇଛନ୍ତି। ଏହି ଭିଡିଓରେ ଅନେକ ବ୍ୟବହାରକାରୀ ଅନେକ ପ୍ରକାରର ମନ୍ତବ୍ୟ ଦେଇଛନ୍ତି।
ଟ୍ବିଟ୍ରରେ ପୋଷ୍ଟ୍ ହୋଇଥିବା ଭିଡିଓଟିର କ୍ୟାପସନରେ”ନିୟମ ହେଉଛି ନିୟମ” ବୋଲି ଲେଖାଯାଇଛି। ଆପଣ ଭିଡିଓରେ ଦେଖିପାରୁଥିବେ ଯେ ଜଣେ ବ୍ୟକ୍ତି ହେଲମେଟ ପିନ୍ଧି ବାଇକ୍ ଚଳାଉଛନ୍ତି ଏବଂ ଏକ କଳା କୁକୁର ତାଙ୍କ ପଛରେ ବସିଛି, ତାହା ପୁଣି ହେଲ୍ମେଟ୍ ପିନ୍ଧି। କୁକୁରଟଇ ବ୍ୟକ୍ତିଙ୍କ କାନ୍ଧରେ ନିଜ ଗୋଡ଼କୁ ଲଦି ଏକଦମ ମଣିଷଙ୍କ ପରି ବସିଛି।
ପୁରୁଣା ହୋଇଥିଲେ ମଧ୍ୟ ଏହି ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି। ଏହି ଭିଡିଓରେ ବ୍ୟବହାରକାରୀ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଇଛନ୍ତି। ଜଣେ ବ୍ୟବହାରକାରୀ ଲେଖିଛନ୍ତି, ‘କୁକୁରର ଯତ୍ନ ନେବା ପାଇଁ ବ୍ୟକ୍ତିଙ୍କୁ ଧନ୍ୟବାଦ ଦେଉଛି’।
ତେବେ ଏହି ଭିଡିଓରେ କିଛି ସୋସିଆଲ୍ ମିଡିଆ ବ୍ୟବହାରକାରୀ ନକାରାତ୍ମକ କମେଣ୍ଟ୍ ବି ଦେଇଛନ୍ତି। ଜଣେ ବ୍ୟବହାରକାରୀ ଲେଖିଛନ୍ତି, ‘ମୋତେ ଲାଗିଲା କେହି ଜଣେ ଲମ୍ବା କେଶ ଥିବା ଯୁବତୀ ବାଇକ୍ ପଛରେ ବସିଛନ୍ତି।’

