ତାତିରୁ ତ୍ରାହି ପାଇବାର ଜୁଗାଡ, ଟେବୁଲ୍ ଫ୍ୟାନ୍ ଓ ଟୁଲ୍ ବ୍ୟବହାର କରି କୁଲର୍

ଅସହ୍ୟ ତାତି। ସାରା ଦେଶରେ ଜାରି ରହିଛି ଗ୍ରୀଷ୍ମ ପ୍ରଭାବ। ପ୍ରବଳ ତାତିରେ ସିଝୁଛି ସାରା ଦେଶ। ଅସହ୍ୟ ଗରମ ସାଙ୍ଗକୁ ଗୁଳୁଗୁଳି କରୁଛି କଲବଲ। ଘରୁ ବାହାରିବାକୁ ଚିନ୍ତା। ଏଭଳି ପରିସ୍ଥିତିରେ ଲୋକମାନେ ନିଜକୁ ଥଣ୍ଡା ରଖିବା ପାଇଁ ଏସି ର ଏବଂ ଏୟାର କୁଲର ବ୍ୟବହାର କରୁଛନ୍ତି । କିନ୍ତୁ ଯେଉଁମାନେ କୁଲର୍ ବା ଏସି କିଣି ପାରୁନାହାଁନ୍ତି, ସେମାନେ କଲବଲ ହେବା ସହ ନିଜକୁ ଗରମରୁ ରକ୍ଷା କରିବାକୁ ବିଭିନ୍ନ ପ୍ରକାରର ଉପାୟ ଆପଣାଉ ଥିବା ଦେଖିବାକୁ ମିଳୁଛି।
ଯେପରିକି ଥଣ୍ଡା ଟିକିଏ ପାଇବାକୁ ଝରକା ଓ ଦ୍ଵାରରେ କିଛି ଲୋକ ବେଣାଚେର ଓ ସିପାଳରେ ତିଆରି ମସିଣା ଟାଣୁଥିବାର ଦେଖିବାକୁ ମିଳୁଛି। ଏହି କ୍ରମରେ ସୋସିଆଲ ମିଡିଆରେ ଏପରି ଅନେକ ‘ଦେଶୀ ଜୁଗାଡ’ର ଖବର ଭାଇରାଲ ହେଉଛି। ତେବେ, ଆଜି ଆମେ ଆପଣଙ୍କୁ ଏଭଳି ଏକ କୌଶଳ ବିଷୟରେ କହୁଛୁ, ଯାହାକୁ ଦେଖି ଆପଣ ବି ବିନା ଖର୍ଚ୍ଚରେ କିଛି ଅଦରକାରୀ ଜିନିଷକୁ ନେଇ ସହଜରେ କୁଲର୍ ତିଆରି କରିପାରିବେ। ବାସ୍ତବରେ, ଜଣେ ବ୍ୟକ୍ତି ଟେବୁଲ୍ ଫ୍ୟାନ୍ ଓ ଟୁଲ୍ ବ୍ୟବହାର କରି କୁଲର୍ କରିଛନ୍ତି । ଏଥିରେ ସେ ଏକ ପ୍ଲାଷ୍ଟିକ୍ ବୋତଲ ଏବଂ ଝୋଟ ଅଖା ଓ ସାଲାଇନ୍ ପାଇପର ବ୍ୟବହାର କରିଛନ୍ତି। ଏହି ଫଟୋ ଦେଖି ଆପଣ ବୁଝିପାରିବେ ଏହା କିପରି ତିଆରି ହୋଇଛି।
ଭାରତୀୟମାନଙ୍କ ଲାଗି ଏପରି ‘ଦେଶୀ ଯୁଗାଡ଼’ ଉପାୟ କୌଣସି ନୂଆ କଥା ନୁହେଁ । ବର୍ତ୍ତମାନ ଏହି ଫଟୋଟି ଇଣ୍ଟରନେଟରେ ଭାଇରାଲ ହେବାରେ ଲାଗିଛି, ଯାହାକି ୧୯ ହଜାରରୁ ଅଧିକ ଲୋକଙ୍କ କମେଣ୍ଟ ମିଳିଥିବା ବେଳେ, ୨ ହଜାରରୁ ଅଧିକ ଲୋକ ଏହାକୁ ସେୟାର କରିଛନ୍ତି। କିଛି ସୋସିଆଲ ମିଡିଆ ବ୍ୟବହାରକାରୀ ଲେଖିଛନ୍ତି – ପ୍ରଥମ ଥର ପାଇଁ ଏପରି ଏକ ଯୁଗାଡ ଦେଖିଲେ, ଅନ୍ୟଜଣେ ତାତିରେ ଥଣ୍ଡା ହେବାର ଏହା ଏକ ବଢିଆ ଉପାୟ।

Post Views1 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!