ସବୁଠୁ ଗରିବ ମୁଗଲ ରାଜା କିଏ ଜାଣନ୍ତି?

ରାଜା ମାନେ ବିଳାଶପୂର୍ଣ୍ଣ ଜୀବନ ବଞ୍ଚନ୍ତି। ଧନୀ ଏବଂ ରାଜକୀୟ ଜୀବନଶୈଳୀ। କିନ୍ତୁ କେବେ କେଉଁ ରାଜା ଗରିବ ହେବାର ଦେଖିଛନ୍ଚି। ଏଭଳି ଜଣେ ରାଜା ହେଲେ ବାହାଦୁର ଶାହ ପ୍ରଥମ। ଯାହାଙ୍କୁ ସବୁଠୁ ଗରିବ ମୁଗଲ କୁହାଯାଏ। ସେ ୧୭୦୭ ରୁ ୧୭୧୨ ପର୍ଯ୍ୟନ୍ତ ମୁଗଲ ସମ୍ରାଟ ଭାବେ ଶାସନ କଲେ। କ୍ଷେତ୍ରୀୟଙ୍କ ସହ ଯୁଦ୍ଧ ନେଇ ମୁଗଲ ସାମ୍ରାଜ୍ୟ ଯେତେବେଳେ ଆର୍ଥିକ ଅନଟନ ଦେଇ ଗତି କରୁଥିଲା ଏବଂ ରାଜକୋଷ ସମାପ୍ତ ହୋଇଯାଇଥିଲା , ସେ ସମୟରେ ସେ ସମସ୍ତ ଅର୍ଥ ସାମ୍ରାଜ୍ୟ ସୁରୁଖୁରରେ ଚଳେଇବାରେ ଲଗାଉଥିଲେ।
ମୁଗଲ ସମ୍ରାଟ ଔରଙ୍ଗଜେବଙ୍କ ଖର୍ଚ୍ଚିଲା ସ୍ବଭାବ ପାଇଁ ମଧ୍ୟ ତାଙ୍କୁ ନାନା ସମସ୍ୟାର ସାମ୍ନା କରିବାକୁ ପଡୁଥିଲା। ଯେଉଁଥିପାଇଁ ସାମ୍ରାଜ୍ୟକୁ ଯେମିତି ଆହୁରି ଆର୍ଥିକ ସଂକଟ ଦେଇ ନଯିବାକୁ ପଡୁ ସେ ସେଥିପାଇଁ ସେ ଲୋକଙ୍କ ସ୍ବାର୍ଥ ଏବଂ ସାମ୍ରାଜ୍ୟର ଉନ୍ନତିରେ ସବୁ ଟଙ୍କା ଖର୍ଚ୍ଚ କରିଦେଇଥିଲେ। ସେଥିପାଇଁ ତାଙ୍କୁ ସବୁଠୁ ଗରିବ ମୁଗଲ କୁହାଯାଏ।

Post Views4 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!