ଫଳ ଖାଇବାକୁ ପସନ୍ଦ କରୁଥିବେ। ଅଙ୍ଗୁର କିଣୁଥିବେ। ଦାମୀ ଅଙ୍ଗୁରୁର ଦାମ୍ କେତେ ଆପଣ ଭାବୁଛନ୍ତି? ୨୦୦ କିମ୍ବା ୩୦୦ ଭାବୁଥିବେ କିନ୍ତୁ ଗୋଟିଏ ଅଙ୍ଗୁରୁର ଦାମ୍ ୩୫ ହଜାର। ଅଙ୍ଗୁର ନାଁ ରୁବି ରୋମନ। ତେବେ ଏହି ଅଙ୍ଗୁର ଦୁର୍ଲଭ ପ୍ରଜାତିର ହୋଇଥିବାରୁ ଏହାକୁ ଖିଆ ଯିବା ବଦଳରେ ଅଧିକରୁ ଅଧିକ ଟଙ୍କାରେ ଏହାକୁ ନିଲାମ କରାଯାଏ।
ଏହାକୁ ଜାପାନର ଇସିକାୱାରେ ଉତ୍ପାଦନ କରାଯାଏ। ତେବେ ଅଙ୍ଗୁରର ଆକାର ଦେଖିବାକୁ ଗଲେ ଏହା ସାଧାରଣ ଅଙ୍ଗୁର ଠାରୁ ୪ଗୁଣା ବଡ଼। ଏବଂ ଅଧିକ ମିଠା ହେବା ସହିତ ଏହାର ରସ ବି ଅନ୍ୟ ଅଙ୍ଗୁରମାନଙ୍କ ଠାରୁ ଅଧିକ ବାହାରିଥାଏ।
ଏହା ଜାପାନରେ ସବୁଠାରୁ ଦାମିକା ଫଳ ବୋଲି କୁହାଯାଏ। ସେଠାରେ ଲୋକମାନେ ଏହି ଅଙ୍ଗୁରକୁ ଅତିଥିଙ୍କୁ ଉପହାର ଦିଅନ୍ତି।
ଏଥିସହିତ ବିବାହ, ଜନ୍ମଦିନ ଆଦି କାର୍ଯ୍ୟକ୍ରମରେ ଏହି ଅଙ୍ଗୁରକୁ ସ୍ବତନ୍ତ୍ର ଉପହାର ଭାବେ ଲୋକେ ବ୍ୟବହାର କରିଥାଆନ୍ତି। ସେଠାରେ ଏହି ଦାମିକା ଅଙ୍ଗୁରର ବି ଭଲ ଚାହିଦା ରହିଛି। ଅନେକ ଲୋକ ଏହି ଅଙ୍ଗୁରୁ ଚାଷ କରିବା ପାଇଁ ପରିଶ୍ରମ ମଧ୍ୟ କରନ୍ତି। ଅନେକ ଲୋକ ଏହି ବ୍ୟବସାୟ କରି ଏବେ କୋଟିପତି।

