ମନିଲଣ୍ଡରିଂ ମାମଲାରେ ଅଭିଯୁକ୍ତ ବଲିଉଡ୍ ଅଭିନେତ୍ରୀ ଜାକ୍ଲିନ୍ ଫର୍ନାଣ୍ଡିସଙ୍କୁ ବିଦେଶ ଯିବାକୁ ମିଳିଲା ଅନୁମତି । ଆଇଆଇଏଫ୍ଏ ପୁରସ୍କାର ବିତରଣ ଉତ୍ସବରେ ଯୋଗଦେବା ଲାଗି ମେ’ ୨୫ରୁ ୨୭ ଆବୁଧାବୀ ଯିବା ନିମନ୍ତେ ଜାକ୍ଲିନ୍ ଆବେଦନ କରିଥିଲେ। ସ୍ବତନ୍ତ୍ର ବିଚାରପତି ଶୈଳେନ୍ଦ୍ର ମଲିକ ଏଥିପାଇଁ ତାଙ୍କୁ ଅନୁମତି ଦେଇଛନ୍ତି। ଏଥିସହିତ ଏକ ଚଳଚ୍ଚିତ୍ର ଶୁଟିଂ ନିମନ୍ତେ ମେ’ ୨୮ରୁ ଜୁନ୍ ୧୨ ପର୍ଯ୍ୟନ୍ତ ଇଟାଲୀର ମିଲନ ଗସ୍ତ ଲାଗି ତାଙ୍କୁ ଅନୁମତି ମିଳିଛି।

