ଧନତେରସରେ ହଠାତ କମିଗଲା ସୁନା ଏବଂ ରୁପା ରେଟ୍

ଧନତେରସରେ ହଠାତ କମିଗଲା ସୁନା ଏବଂ ରୁପା ରେଟ୍ । ଚାହିଦା ବଢିଥିଲେ ବି ଏମସିଏକ୍ସରେ ଡିସେମ୍ବର ପାଇଁ ସୁନା ଏବଂ ରୁପା ଦର ହ୍ରାସ ପାଇଛି । ଯାହା ସବୁଠୁ ବଡ଼ ଆଶ୍ୱସ୍ତି ପ୍ରଦାନ କରିଛି ।

ଏମସିଏକ୍ସରେ ସୁନାର ଭବିଷ୍ୟତ ଦର ୧୦ ଗ୍ରାମ୍ ପିଛା ୨୪୨୮ ଟଙ୍କା ହ୍ରାସ ପାଇଛି । ଫଳରେ ଦାମ୍ ୧,୪୧,୬୬୭ ଟଙ୍କାକୁ ଖସି ଆସିଛି । ଅନ୍ୟ ଦିଗରେ ରୁପାର ଦାମରେ ବି ହ୍ରାସ ପରିଲକ୍ଷିତ ହୋଇଛି । ଡିସେମ୍ବର ପାଇଁ ରୁପାର ଭବିଷ୍ୟତ ଦର ଉପରେ ନଜର ପକାଇଲେ ଏହାର ଦାମ୍ କେଜି ପିଛା ୩୧୦୦ ଟଙ୍କା ଖସି ୧୮୪୦୫୦ ଟଙ୍କାରେ ପହଁଚିଛି ।

ଅନ୍ତର୍ଜାତୀୟ ବଜାରରେ ସୁନା ରେଟ୍ ୧.୪୬ ପ୍ରତିଶତ ହ୍ରାସ ପାଇ ଆଉନ୍ସ ପିଛା ୪୦୫୩.୮ ଡଲାର ହୋଇଛି । ରୁପା ମଧ୍ୟ ୧.୭ ପ୍ରତିଶତ କମି ଆଉନ୍ସ ପିଛା ୫୧୪୮୫ ଡଲାରରେ ଟ୍ରେଡ୍ କରୁଛି । ନୂଆ ରେଟ୍ ଉପରେ ନଜର ପକାଇଲେ ୨୪ କ୍ୟାରେଟ୍ ବିଶିଷ୍ଟ ସୁନା ଦର ଦିଲ୍ଲୀରେ ୧୦ ଗ୍ରାମ୍ ପିଛା ୧୪୬୧୮୦ ଟଙ୍କା ଥିବା ବେଳେ ୨୨ କ୍ୟାରେଟ୍ ଦାମ୍ ୧୩୪୦୧୦ ଟଙ୍କା ରହିଛି । ରୁପା ଦର ୨ ଲକ୍ଷ ୧୦ ହଜାର ୧୦୦ ଟଙ୍କା ରହିଛି

Post Views8 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!