ପୁଣି ଭାଙ୍ଗିଲା ବିଶ୍ୱାସ, ତୁଟିଲା ଭରସା। ପ୍ରେମ ପାଇଁ ଭାବୀ ପତ୍ନୀ ନେଲା ଭାବୀ ସ୍ୱାମୀର ଜୀବନ। କିଛି ଭୁଲ ନ ଥାଇବି ବଳି ପଡ଼ିଗଲେ କେତନ ବିଶାଲ ଅଗରୱାଲ୍। ପ୍ରେମ, ବିଶ୍ୱାସ ଓ ଏକ ନୂଆ ଜୀବନର ସୁନେଲି ସ୍ୱପ୍ନ ନେଇ କେତନ ଯେଉଁ ଆଶାରେ ଲୋହାଗଡ଼ ଦୁର୍ଗକୁ ଯାଇଥିଲେ, ସେଠି ଯେ ତାଙ୍କ ଜୀବନର ଶେଷ ଅଧ୍ୟାୟ ଲେଖା ସରିଛି, ଏକଥା ସେ କେବେ ଭାବି ନଥିଲେ।
୨୫ ବର୍ଷୀୟ କେତନ ଅଗରୱାଲଙ୍କ ମୃତ୍ୟୁ କେବଳ ଏକ ଦୁର୍ଘଟଣା ନୁହେଁ, ବରଂ ଏକ ଭୟାନକ ବିଶ୍ୱାସଘାତକତାର କରୁଣ କାହାଣୀ। ଘଟଣାର ୩ ଦିନ ପରେ ପୁଲିସ ଏହାର ପର୍ଦ୍ଦାଫାସ କରିଛି। ପୁଲିସ ଯାହା କହିଛି, ତାହା ଜାଣିବା ପରେ ହୁଏତ ବିବାହ, ବନ୍ଧନ, ବିଶ୍ୱାସ ଏସବୁ ଉପରେ ଆପଣଙ୍କର ଭରସା ତୁଟିଯିବ।ଜୁନ ୧୯ ତାରିଖ ପୁଣେର ଆଇକନିକ ଲୋହାଗଡ଼ ଦୁର୍ଗ। ଫଟୋ ଉଠାଇବାକୁ ଯାଇ ଦୁର୍ଗ ଉପରୁ ୩୫୦ ଫିଟ ତଳକୁ ଖସି ପଡ଼ି ପ୍ରାଣ ହରାଇଥିଲେ କେତନ ବିଶାଲ ଅଗରୱାଲ।
ପ୍ରଥମେ ପ୍ରଥମେ ପୁଲିସ ଭାବିଥିଲା ଏହା ଏକ ଦୁର୍ଘଟଣା ଜନିତ ମୃତ୍ୟୁ। ଫଟୋ ଉଠାଇବାକୁ ଯାଇ କେତନ ଭୁଲରେ ଖସିପଡିବାରୁ ହୁଏତ ତାଙ୍କର ମୃତ୍ୟୁ ହୋଇଛି। ହେଲେ ଏବେ ସବୁ ସତ ସାମ୍ନାକୁ ଆସି ଯାଇଛି। କେତନ ଦୁର୍ଘଟଣା ବଶତଃ ପଡ଼ି ନଥିଲେ ବରଂ ତାଙ୍କୁ ପଛରୁ ଠେଲି ଦିଆଯାଇଥିଲା।
ଆଉ ଏଇ ଷଡ଼ଯନ୍ତ୍ର କରିଥିଲେ ବିଶାଲଙ୍କ ଭାବୀ ପତ୍ନୀ ସିୟା ଓ ତାଙ୍କ ପ୍ରେମିକ ଚେତନ ଚୌଧୁରୀ। ଆହୁରି ଆଶ୍ଚର୍ଯ୍ୟର କଥା ହେଲା ବିଶାଲଙ୍କୁ ହତ୍ୟା କରିବାରେ ଏହା ଥିଲା ତାଙ୍କର ଦ୍ୱିତୀୟ ପ୍ରୟାଶ। ଏହା ପୂର୍ବରୁ ଜୁନ ୧୪ ତାରିଖରେ ମଧ୍ୟ ଶିୟା ଓ ଚେତନ ବିଶାଲଙ୍କୁ ଲୋହାଗଡ଼ ଦୁର୍ଗ ନେଇ ସାପ ଭୟ ଦେଖାଇ ଠେଲି ଦେବାକୁ ଚେଷ୍ଟା କରିଥିଲେ। ହେଲେ ତାହା ଫେଲ୍ ମାରିଥିଲା, କିନ୍ତୁ ସରଳ ବିଶାଲ କୌଣସି ସନ୍ଦେହ କରି ନଥିଲେ।
ପୁଲିସର ସୂଚନା ଅନୁସାରେ, ୧୯ ବର୍ଷୀୟା ସିୟାଙ୍କ ସହିତ ୨୫ ବର୍ଷୀୟ ବିଶାଲଙ୍କ ବିବାହ ଠିକ୍ ହୋଇସାରିଥିଲା। ଆସନ୍ତା ମାସ ବିବାହ ହେବାର ଥିଲା। ହେଲେ ସିୟା କିନ୍ତୁ ବାପାମାଙ୍କ ପସନ୍ଦରେ ବିଶାଲଙ୍କୁ ବିବାହ କରିବାକୁ ଚାହୁଁ ନଥିଲେ। କାରଣ ଚେତନ ଚୌଧୁରୀ ନାମକ ଏକ ଯୁବକଙ୍କ ସହ ଥିଲା ତାଙ୍କର ପ୍ରେମ ସମ୍ପର୍କ। ଆଉ ଏଇ ଗୁପ୍ତ ପ୍ରେମ ପାଇଁ ଶିୟାଙ୍କ ନଜରରେ ବିଶାଲ ହିଁ ଥିଲେ ଏକମାତ୍ରା କଣ୍ଟା। ତେଣୁ ଶିୟା ସୁବୁଦିନ ପାଇଁ ବିଶାଲଙ୍କୁ ରାସ୍ତାରୁ ହଟାଇ ଦେବାକୁ ଚାହୁଁଥିଲେ।
ଶେଷରେ ଜୁନ ୧୯ ତାରିଖରେ ପ୍ଲାନ ସଫଳ ହୋଇଥିଲା। ଶିୟାଙ୍କ ଜନ୍ମଦିନ ପାଳନ ପାଇଁ ଉଭୟ ବନ୍ଧୁମାନଙ୍କ ସହ ପୁଣିଥରେ ସେହି ଲୋହାଗଡ଼ ଦୁର୍ଗକୁ ଯାଇଥିଲେ। ଏଥରେ ବିଶାଲ ଫଟୋ ଉଠାଇବାକୁ ଯାଇ ଆଗକୁ ବଡ଼ିବାରୁ ବେଳକୁ ଶିୟା ଓ ତାଙ୍କ ପ୍ରେମିକ ତାଙ୍କୁ ପଛରୁ ଧକ୍କା ଦେଇଥିଲେ। ଫଳରେ ଦୁର୍ଗରୁ ୩୫୦ ଫୁଟ ତଳକୁ ଖସି ଚାଲିଯାଇଥିଲା ବିଶାଲଙ୍କ ଜୀବନ।

