ସୋମବାର ସାଢେ ୧୦ଟା ଯାଏଁ ବିଧାନସଭା ମୁଲତବୀ

ସୋମବାର ସକାଳ ସାଢେ ୧୦ଟା ଯାଏଁ ବିଧାନସଭା ମୁଲତବୀ । ଗତକାଲି ସର୍ବଦଳୀୟ ବୈଠକର ନିଷ୍ପତି ଅନୁଯାୟୀ ବାତ୍ୟାକୁ ଦୃଷ୍ଟିରେ ରଖି ଆସନ୍ତାକାଲି ବିଧାନସଭା ବନ୍ଦ ରଖାଯାଇଛି । ଏନେଇ ବାଚସ୍ପତି ସୁରମା ପାଢୀ ଘୋଷଣା କରିଛନ୍ତି । ଶନିବାର ବିଧାନସଭାରେ ପ୍ରଶ୍ନୋତ୍ତର ବନ୍ଦ ରହିବ । 
ସୂଚନାନୁଯାୟୀ, ଆଜି ମଧ୍ୟ ବିଧାନସଭା  ଆରମ୍ଭରୁ ହଙ୍ଗାମା ଦେଖିବାକୁ ମିଳିଥିଲା ।  ଗତକାଲି ଭଳି ସମାନ ପ୍ରସଙ୍ଗରେ ଗୃହ ମଧ୍ୟ ଭାଗରେ ବିରୋଧୀ ବିଜେଡି ଓ କଂଗ୍ରେସ ସଦସ୍ୟ ନାରାବାଜି କରିଥିଲେ । ବନ୍ୟା ପରିଚାଳନାରେ ସରକାରଙ୍କ ବିଫଳତା ନେଇ ସ୍ବତନ୍ତ୍ର ଆଲୋଚନା ପାଇଁ  ବିଜେଡି ଦାବି କରିଥିଲା । ସେହିପରି କୋଟିଆ ପ୍ରସଙ୍ଗରେ ଆଲୋଚନା କରିବାକୁ ଦାବି କରି ଗୃହ ମଧ୍ୟ ଭାଗରେ କଂଗ୍ରେସ ହଟଗୋଳ କରିଥିଲା ।  ଏହାପରେ ଦିନ ସାଢେ ୧୧ଟା ଯାଏ ଗୃହକୁ ମୁଲତବୀ ଘୋଷଣା କରିଥିଲେ ବାଚସ୍ପତି ।  ତଥାପି ଗୃହକାର୍ଯ୍ୟ ସ୍ଵାଭାବିକ ନହେବାରୁ  ବିଧାନସଭାକୁ ସୋମବାର ଯାଏ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି । 

Post Views88 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!