ବାତ୍ୟା ‘ଅକଭାନ’ ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ଅନେକଗୁଡ଼ିଏ ଯାତ୍ରୀବାହୀ ଟ୍ରେନ୍ ବାତିଲ କରାଯାଇଛି। ପୂର୍ବତଟ ରେଳପଥ ପକ୍ଷରୁ ୨୦୨୬ ନଭେମ୍ବର ୧୯ରୁ ୨୧ ତାରିଖ ପର୍ଯ୍ୟନ୍ତ ଅନେକଗୁଡ଼ିଏ ଟ୍ରେନ୍ ବାତିଲ କରାଯାଇଛି। ସେହିପରି କିଛି ଟ୍ରେନ୍ର ଯାତ୍ରା ସେବାରେ ସମୟ ପରିବର୍ତ୍ତନ କରାଯାଇଛି। ଯାତ୍ରୀ ଏବଂ ରେଳବାଇର ସଂପତ୍ତିକୁ ଦୃଷ୍ଟିରେ ରଖି ପୂର୍ବତଟ ପକ୍ଷରୁ ସ୍ବତନ୍ତ୍ର ପଦକ୍ଷେପ ନିଆଯାଇଛି।
ବାତ୍ୟା ଏବଂ ବର୍ଷାକୁ ଦୃଷ୍ଟିରେ ରଖି ୨୦୨୬ ନଭେମ୍ବର ୨୦ରେ ପୁରୀ-ତାଳଚେର ମେମୁ, ବାଙ୍ଗିରିପୋଷି-ପୁରୀ ଇଣ୍ଟରସିଟି ଏକ୍ସପ୍ରେସ୍, ପୁରୀ-ବାଙ୍ଗିରିପୋଷି ଇଣ୍ଟରସିଟି ଏକ୍ସପ୍ରେସ୍, ଜଳେଶ୍ବର-ପୁରୀ ମେମୁ, ପୁରୀ-ଜଳେଶ୍ବର ମେମୁ, ହାଓଡ଼ା-ପୁରୀ ବନ୍ଦେ ଭାରତ ଏକ୍ସପ୍ରେସ୍, ପୁରୀ-ହାୱଡ଼ା ବନ୍ଦେ ଭାରତ ଏକ୍ସପ୍ରେସ୍, ଟାଟାନଗର-ବ୍ରହ୍ମପୁର ବନ୍ଦେ ଭାରତ ଏକ୍ସପ୍ରେସ୍, ବ୍ରହ୍ମପୁର-ଟାଟାନଗର ବନ୍ଦେ ଭାରତ ଏକ୍ସପ୍ରେସ୍, ପୁରୀ-ଖୋରଧା ମେମୁ, ଖୋରଧାରୋଡ-ପୁରୀ ମେମୁ, ପୁରୀ-ଖୋରଧା ମେମୁ, ଦଶପଲ୍ଲା-ପୁରୀ ମେମୁ, ପୁରୀ ଦଶପଲ୍ଲା ମେମୁ, ଅନୁଗୋଳ-ପୁରୀ ମେମୁ, ପୁରୀ-ଅନୁଗୋଳ ମେମୁ, ତାଳଚେର-ପୁରୀ ମେମୁ, ଖୋରଧାରୋଡ-ପୁରୀ ମେମୁ, ପୁରୀ-ଗୁଣୁପୁର ଏକ୍ସପ୍ରେସ, ଗୁଣୁପୁର-ପୁରୀ ଏକ୍ସପ୍ରେସ୍, ଭୁବନେଶ୍ବର-ବ୍ରହ୍ମପୁର ମେମୁ, ବ୍ରହ୍ମପୁର-ଭୁବନେଶ୍ବର ମେମୁ, ବ୍ରହ୍ମପୁର-ବିଶାଖାପାଟଣା ପାସେଞ୍ଜର, ପୁରୀ-ଭଂଜପୁର ଏକ୍ସପ୍ରେସ, ପଲାସା-କଟକ ମେମୁ, କଟକ-ପଲାସା ମେମୁ, କଟକ-ଗୁଣପୁର ମେମୁ, ଗୁଣପୁର-କଟକ ମେମୁ, ପଲାସା-ଭୁବନେଶ୍ବର ମେମୁ, ଭୁବନେଶ୍ବର-ପଲାସା ମେମୁ, ଭୁବନେଶ୍ବର-ବିଶାଖାପାଟଣା ବନ୍ଦେ ଭାରତ ଏକ୍ସପ୍ରେସ, ବିଶାଖାପାଟଣା-ବନ୍ଦେ ଭାରତ ଏକ୍ସପ୍ରେସ୍, ଭୁବନେଶ୍ବର-ନ୍ୟୁ ଠାରୁ ବିଶାଖାପାଟଣା ଇଣ୍ଟରସିଟି ଏବଂ ବିଶାଖାପାଟଣା ଠାରୁ ଭୁବନେଶ୍ବର ନ୍ୟୁ ଇଣ୍ଟରସିଟି ବାତିଲ କରାଯାଇଛି।
ସେହପିରି ୨୦୨୬ ନଭେମ୍ବର ୨୧ରେ ଯଶୱନ୍ତପୁର-ପୁରୀ ଗରିବ ରଥ ବାତିଲ ହୋଇଥିବା ବେଳେ ଏହା ପୂର୍ବରୁ ୨୦୨୬ ନଭେମ୍ବର ୧୯ରେ ବିଶାଖାପାଟଣା-ବ୍ରହ୍ମପୁର ପାସେଞ୍ଜର, ଭଂଜପୁର-ପୁରୀ ଏକ୍ସପ୍ରେସ, ସାଲିମାର-ପୁରୀ ଏକ୍ସପ୍ରେସ୍ ବାତିଲ କରାଯାଇଛି। ଏତଦ୍ ବ୍ୟତୀତ ପୂର୍ବତଟ ରେଳପଥ ପକ୍ଷରୁ ଅନେକଗୁଡ଼ିଏ ଟ୍ରେନ୍ ପୁନଃ ଯାତ୍ରାସୂଚୀ ପ୍ରକାଶ ପାଇଛି।

