ଫେବୃଆରୀ ୧୬ରୁ ଆରମ୍ଭ ହେବ ଯୁକ୍ତ ୨ ପରୀକ୍ଷା । ମାର୍ଚ୍ଚ ୩୧ ରେ ଶେଷ ହେବ ପରୀକ୍ଷା। ପରୀକ୍ଷା ସୂଚୀ ନେଇ ବିଜ୍ଞପ୍ତି ପ୍ରକାଶ କଲା ସିଏଚଏସଇ। କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ବିଭାଗ ପାଇଁ ପରୀକ୍ଷା ଅନୁଷ୍ଠିତ ହେବ। ପୂର୍ବାହ୍ନ ୧୦ଟାରୁ ଗୋଟିଏ ସିଟିଂରେ ହେବ ପରୀକ୍ଷା। ରେଗୁରାଲ ଓ ଏକ୍ସ ରେଗୁରାଲ ଛାତ୍ରଛାତ୍ରୀଙ୍କ ପାଇଁ ପରୀକ୍ଷା ହେବ।
ସୂଚନା ଅନୁଯାୟୀ, ଯୁକ୍ତ ୨ ଥିଓରୀ ପରୀକ୍ଷା ଗୋଟିଏ ସିଟିଂରେ ଅନୁଷ୍ଠିତ ହେବ। ପରୀକ୍ଷା ପ୍ରତିଦିନ ସକାଳ ୧୦ଟାରୁ ଅପରାହ୍ନ ଗୋଟାଏ ପର୍ଯ୍ୟନ୍ତ ଚାଲିବ । ସେହିପରି ଡିସେମ୍ବର ୨୨ ତାରିଖରୁ ଇଣ୍ଟରନାଲ ଆସେସ୍ମେଣ୍ଟ ଆରମ୍ଭ ହେବ । ପ୍ରଥମ ପର୍ଯ୍ୟାୟ ଇଣ୍ଟରନାଲ ଆସେସ୍ମେଣ୍ଟ ଡିସେମ୍ବର ୨୨ରୁ ଜାନୁଆରି ୩ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ବେଳେ, ଦ୍ୱିତୀୟ ପର୍ଯ୍ୟାୟ ଇଣ୍ଟରନାଲ ଆସେସ୍ମେଣ୍ଟ ଜାନୁଆରି ୧୦ରୁ ୧୬ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ସେହିପରି ଜାନୁଆରି ୪ ତାରିଖରୁ ପ୍ରାକ୍ଟିକାଲ ପରୀକ୍ଷା ଆରମ୍ଭ ହୋଇ ଜାନୁଆରି ୧୬ ତାରିଖ ପର୍ଯ୍ୟନ୍ତ ଚାଲିବ ।
ଫେବୃଆରୀ ୧୬ରୁ ଯୁକ୍ତ ୨ ପରୀକ୍ଷା ଆରମ୍ଭ

