ରାତି ସାରା ଅନିଦ୍ରା ମୁଖ୍ୟମନ୍ତ୍ରୀ, ବାତ୍ୟା ଉପରେ ଘନ ଘନ ନଜର

ସମ୍ଭାବ୍ୟ ବାତ୍ୟା ଓ ପରବର୍ତ୍ତୀ ବର୍ଷାଜନିତ ସ୍ଥିତିକୁ ନଜରରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଲୋକଙ୍କ ଜୀବନ ରକ୍ଷାକୁ ସର୍ବାଧିକ ପ୍ରାଥମିକତା ଦେଇ ବିପଦସଙ୍କୁଳ ଅଞ୍ଚଳରୁ ସ୍ଥାନାନ୍ତରଣ ଉପରେ ଫୋକସ୍ କରିଛନ୍ତି ସରକାର ।

ବିଶେଷକରି ପାହାଡ଼ିଆ ଅଞ୍ଚଳ ଓ ପାହାଡ଼ ତଳେ ରହୁଥିବା ଲୋକଙ୍କ ସୁରକ୍ଷାକୁ ଦିଆଯାଇଛି ଗୁରୁତ୍ୱ ।ଏନେଇ SRCଙ୍କ କାର୍ଯ୍ୟାଳୟରେ ଏକ ଉଚ୍ଚସ୍ତରୀୟ ପ୍ରସ୍ତୁତି ବୈଠକ ହୋଇଛି। ବୈଠକରେ ୧୦ରୁ ଅଧିକ ବିଭାଗର ଅତିରିକ୍ତ ସଚିବ ଓ ପ୍ରମୁଖ ସଚିବଙ୍କ ସମେତ IMD ଭୁବନେଶ୍ୱର ନିର୍ଦ୍ଦେଶିକା, ପୋଲିସ ADG, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ, ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଏବଂ ଅଗ୍ନିଶମ ସେବା ଡିଜି ଉପସ୍ଥିତ ଥିଲେ ।

ବାତ୍ୟା ‘ଅକଭାନ୍’ ପ୍ରଭାବରେ ଘଣ୍ଟାପ୍ରତି ୯୦ରୁ ୧୦୦ କିଲୋମିଟର ବେଗରେ ପବନ ବହିବାର ଆଶଙ୍କା ରହିଛି। ଏଥିପାଇଁ ସମସ୍ତ ବିଭାଗକୁ ସଜାଗ ରଖାଯାଇଛି। ଇତିମଧ୍ୟରେ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୨୫ ହଜାର ଲୋକଙ୍କୁ ସୁରକ୍ଷିତ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଇଛି। ସେହିପରି ଜଗତସିଂହପୁରରୁ ୧୧ ହଜାର ଲୋକ ସ୍ଥାନାନ୍ତର ହୋଇଛନ୍ତି। ଆଜି ରାତି ଓ ଆସନ୍ତାକାଲି ସୁଦ୍ଧା ଅନ୍ୟମାନଙ୍କୁ ମଧ୍ୟ ସୁରକ୍ଷିତ ସ୍ଥାନକୁ ନିଆଯିବ।

Post Views87 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!