ଭିଜିଲାନ୍ସ ଜାଲରେ ଛନ୍ଦି ହୋଇ ପଡ଼ିଛନ୍ତି ଆଉ ଜଣେ ସରକାରୀ ବାବୁ। ଆୟ ବହିର୍ଭୁତ ଅଭିଯୋଗରେ ମୃର୍ତ୍ତିକା ସଂରକ୍ଷଣ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଦୟାନିଧି ବାଗଙ୍କ ଘରେ ଢାଉ କରିଛି ଭିଜିଲାନ୍ସ। ରାୟଗଡ଼ାର ମୃତ୍ତିକା ସଂରକ୍ଷଣ ଓ ଜଳବିଭାଜିକା ର ପୂର୍ବତନ ପିଡି ଦୟାନିଧି ବାଗ ଆୟ ବହିର୍ଭୁତ ସମ୍ପତି ରଖିବା ଅଭିଯୋଗରେ ୮ ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢାଉ ଚାଲିଛି।
ଏକକାଳୀନ ୮ଟି ସ୍ଥାନରେ ରେଡ୍ କରାଯାଉଛି । କଳାହାଣ୍ଡି ଜୁନାଗଡ଼ରେ ଥିବା ଘର, ଧର୍ମଗଡ଼ରେ ଥିବା ଶ୍ବଶୁର ଘରେ ଚଢାଉ ଚାଲିଛି । ସେହିପରି ଭୁବନେଶ୍ବର ଗୋଠପାଟଣାରେ ଥିବା ମହାନଦୀ ଆପାର୍ଟମେଣ୍ଟ, ଚନ୍ଦ୍ରଶେଖରପୁରରେ ଥିବା ଘର , ଭୁବନେଶ୍ବରରେ ଥିବା ଅଫିସ୍ରେ ଚଢାଉ କରୁଛନ୍ତି ଭିଜିଲାନ୍ସ ଅଧିକାରୀ । ନବରଙ୍ଗପୁର ଟାଉନ୍ରେ ଥିବା ନିର୍ମାଣଧୀନ କୋଠା , ନବରଙ୍ଗପୁରର ଦୁଇଟି ସ୍ଥାନରେ ପତ୍ନୀଙ୍କ ନାଁରେ ଥିବା କୋଠାରେ ଚଢାଉ ଚାଲିଛି ।
ମୃତ୍ତିକା ସଂରକ୍ଷଣ ଏବଂ ଜଳବିଭାଜିକା ବିକାଶ, ଓଡ଼ିଶା, ଭୁବନେଶ୍ୱରଙ୍କ କାର୍ଯ୍ୟାଳୟର ଆୟ ବହିର୍ଭୁତ ସମ୍ପତ୍ତି ରଖିବା ଅଭିଯୋଗରେ, ମାନ୍ୟବର ସ୍ୱତନ୍ତ୍ର ବିଚାରପତି, ଭିଜିଲାନ୍ସ, ଭବାନୀପାଟଣାଙ୍କ ଦ୍ୱାରା ଜାରି କରାଯାଇଥିବା ସର୍ଚ୍ଚ ୱାରେଣ୍ଟ ବଳରେ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ୧୦ ଜଣ ଡିଏସ୍ଏସ୍ପି, ୫ ଜଣ ଇନ୍ସପେକ୍ଟର, ୧୦ ଜଣ ଏଏସ୍ଏସ୍ଆଇ ଏବଂ ଅନ୍ୟାନ୍ୟ ସହାୟକ କର୍ମଚାରୀଙ୍କ ନେତୃତ୍ୱରେ ଏକକାଳୀନ ଘର ତଲାସ କରାଯାଉଛି।

