ଲଞ୍ଚ୍ ହେଲା ଇ-ଭୋଟିଂ ଆପ୍‌

ବିହାର ବିଧାନସଭା ନିର୍ବାଚନ ପାଇଁ ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି । ସେପଟେ ୨୬ ଜିଲ୍ଲା ଓ ୪୨ ନଗରପାଳିକାରେ ଆଜି ମତଦାନ ହେଉଛି । ୨୬ ଜିଲ୍ଲାର ୪୮୯ ମତଦାନ କେନ୍ଦ୍ରରେ ମତ ସାବ୍ୟସ୍ତ କରୁଛନ୍ତି ଭୋଟର । ୧୩୬ ପଦ ପାଇଁ ମତଦାନ ହେଉଛି । ଯେଉଁମାନେ ମତଦାନ କେନ୍ଦ୍ରକୁ ଆସିବାରୁ ଅସମର୍ଥ ସେମାନଙ୍କ ପାଇଁ ହୋଇଛି ନୂଆ ବ୍ୟବସ୍ଥା । ପୌର ନିର୍ବାଚନକୁ ଆହୁରି ସହଜ କରିବାକୁ ବିହାରରେ ଏକ ଆପ୍‌ ଲଞ୍ଚ୍ ହୋଇଛି । ପାଟନା, ରୋହତାସ ଏବଂ ପୂର୍ବ ଚମ୍ପାରନ ଆଦି ଜିଲ୍ଲାର ମତଦାତାମାନେ ଇ-ଭୋଟିଂ ଜରିଆରେ ମତ ସାବ୍ୟସ୍ତ କରୁଛନ୍ତି ।

ଭାରତର ପ୍ରଥମ ରାଜ୍ୟ ଭାବେ ବିହାର ଲଞ୍ଚ୍ କରିଛି ଇ-ଭୋଟିଂ ଆପ୍ । ଯେଉଁ ମତଦାତାମାନେ ବୁଥ୍‌ ଆସି ଭୋଟ୍‌ ଦେବାକୁ ସକ୍ଷମ ନୁହଁନ୍ତି ସେମାନେ କିପରି ଘରେ ରହି ନିଜ ମତ ସାବ୍ୟସ୍ତ କରିପାରିବେ ସେଥିପାଇଁ ଏହି ଆପ୍ ଲଞ୍ଚ ହୋଇଛି । ରାଜ୍ୟ ନିର୍ବାଚନ ଅଧିକାରୀ ଦୀପକ ପ୍ରସାଦ କହିଛନ୍ତି ଯେ, ଆଜିଠୁ ଇ-ଭୋଟିଂ ଆରମ୍ଭ ହୋଇଛି । ଏଥିରେ ବ୍ଲକ୍‌ଚେନ୍‌(Blockchain) ଏବଂ ଫେସ୍‌ ରେକୋଗ୍ନିସନ(Face Recognition) ସିଷ୍ଟମ ଅଛି । ଯାହା ଦ୍ୱାରା ସୁରକ୍ଷା କିମ୍ବା ସ୍ୱଚ୍ଛତା ଦୃଷ୍ଟିକୋଣରୁ କୌଣସି ସମସ୍ୟା ହେବ ନାହିଁ । ଅତ୍ୟାଧୁନିକ ଟେକ୍ନୋଲୋଜି ବ୍ୟବହାର କରାଯାଇ ଏହି ଆପ୍‌ ପ୍ରସ୍ତୁତ ହୋଇଛି। ଯାହା ସମ୍ପୃକ୍ତ ବ୍ୟକ୍ତିଙ୍କ ଫେସ୍‌ ରେକୋଗ୍ନାଇଜ କରିବା ପରେ ଭୋଟର୍ ଆଇଡି ଭେରିଫାଏ କରେ ।

ମୁଖ୍ୟତଃ ଏହି ଇ-ଭୋଟିଂ ସିଷ୍ଟମର ସୁବିଧା ପାଇପାରିବେ ବରିଷ୍ଠ ନାଗରିକ ଭିନ୍ନକ୍ଷମ, ଗର୍ଭବତୀ ଏବଂ ପ୍ରବାସୀ ଭୋଟର । ଏଥିରେ ଥିବା ବ୍ଲକ୍‌ଚେନ୍‌ ଟେକ୍ନୋଲୋଜି ଦ୍ୱାରା ଫେସ୍‌ ମ୍ୟାଚିଂ ଓ ସ୍କାନିଂ ହେବ । କେବଳ ଦୁଇ ଜଣ ଭୋଟର ଗୋଟିଏ ନମ୍ବର ବ୍ୟବହାର କରିବାର ଅନୁମତି ରହିଛି । e-SECBHR ମୋବାଇଲ ଆପ୍‌ ସାହାଯ୍ୟରେ କିମ୍ବା ରାଜ୍ୟ ନିର୍ବାଚନ କମିଶନଙ୍କ ୱେବସାଇଟ୍‌ରେ ମତ ସାବ୍ୟସ୍ତ କରିପାରିବେ ଭୋଟର ।

Post Views2 Total Count

Apply Now


This will close in 0 seconds

error: Content is protected !!