ଆଖି ବୁଜିଲେ ମା, କାନ୍ଦୁଛନ୍ତି ଯୋଗୀ

ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ପାଇଁ ଦୁଃଖଦ ଖବର । ୯୧ ବର୍ଷ ବୟସରେ ଆରପାରିକୁ ଚାଲିଗଲେ ଯୋଗୀ ଆଦିତ୍ୟନାଥଙ୍କ ମା’ । ଉତ୍ତରାଖଣ୍ଡରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି ।

ତେବେ ମା’ଙ୍କ ମୃତ୍ୟୁ ସମୟରେ ଲକ୍ଷ୍ନୌରେ ଏକ ସରକାରୀ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ଯୋଗୀ ଆଦିତ୍ୟନାଥ । ଯୁବକ ଓ ମହିଳାଙ୍କ ସଶକ୍ତିକରଣକୁ ନେଇ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସେ ଯୋଗ ଦେଇଥିଲେ। ଏହି ଅବସରରେ ଯୁବକମାନଙ୍କୁ ଟାବଲେଟ୍ ବଣ୍ଟନ କରୁଥିଲେ ମୁଖ୍ୟମନ୍ତ୍ରୀ । ଏହି ଖବରକୁ ନେଇ ରାଜନୈତିକ ମହଲ ସମେତ ସମର୍ଥକଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି ।

ପ୍ରାଥମିକ ସୂଚନା ଅନୁସାରେ, କାର୍ଯ୍ୟକ୍ରମ ଚାଲିଥିବା ସମୟରେ ତାଙ୍କୁ ମା’ଙ୍କ ବିୟୋଗ ସମ୍ପର୍କରେ ଖବର ମିଳିନଥିଲା । ଗୋଟିଏ ପଟେ ସରକାରୀ ଦାୟିତ୍ୱ ଓ ଜନକଲ୍ୟାଣ କାର୍ଯ୍ୟକ୍ରମ, ଅନ୍ୟପଟେ ପରିବାରରେ ଏଭଳି ଦୁଃଖଦ ଘଟଣା । ଏହି ଖବର ପରେ ପରିବାରବର୍ଗ ଓ ତାଙ୍କ ସମର୍ଥକ ଗଭୀର ଶୋକ ପ୍ରକାଶ କରିଛନ୍ତି ।

Post Views59 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!