ଭାରତ ମୁହାଁ ସାମୁଦ୍ରିକ ଝଡ଼ ଡିଟୱା

 

 

ଭାରତ ମୁହାଁ ସାମୁଦ୍ରିକ ଝଡ଼ ଡିଟୱା। ଶ୍ରୀଲଙ୍କାରେ ପ୍ରଳୟ ରଚିବା ପରେ ଭାରତ ଆଡକୁ ମୁହାଁଇଛି। ତାମିଲନାଡୁ, ପୁଡୁଚେରୀ ଏବଂ ଦକ୍ଷିଣ ଆନ୍ଧ୍ରପ୍ରଦେଶରେ ପ୍ରଭାବ ଦେଖା ଦେଲାଣି। ସମୁଦ୍ର ଅଶାନ୍ତ ଥିବା ବେଳେ ବର୍ଷା ବି ବିଭିନ୍ନ ସ୍ଥାନରେ ଲାଗି ରହିଛି। ଆଜି ମଧ୍ୟାହ୍ନରୁ ସନ୍ଧ୍ୟା ଭିତରେ ତାମିଲନାଡୁ-ପୁଡୁଚେରୀ ଉପକୂଳ ଦେଇ ଅତିକ୍ରମ କରିବା ସମ୍ଭାବନା ରହଛି ।

ଏବେ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗର ଉପରେ ବାତ୍ୟା କେନ୍ଦ୍ରୀଭୂତ। ତାମିଲନାଡୁରୁ ୭୦ କି.ମି ଓ ପୁଡୁଚେରୀରୁ ୩୦ କି.ମି ଦୂରରେ କେନ୍ଦ୍ରୀଭୂତ ରହିଛି। ସେପଟେ ଆଗାମୀ କିଛି ଘଣ୍ଟା ମଧ୍ୟରେ ବାତ୍ୟା ଦୁର୍ବଳ ହୋଇ ଉପକୂଳ ଦେଇ ଅତିକ୍ରମ କରିପାରେ ଅନୁମାନ କରାଯାଉଛି।

ତାମିଲନାଡୁ ସମେତ ୩ ରାଜ୍ୟରେ ରେଡ୍ ଆଲର୍ଟ ଜାରି। ରାଜ୍ୟରେ ୨୮ଟି ଏନଡିଆରଏଫ୍ ଟିମକୁ ମୁତୟନ କରାଯାଇଛି। ପ୍ରଭାବିତ ହେବାକୁ ଥିବା ଲୋକଙ୍କ ପାଇଁ ୬ ହଜାରରୁ ଅଧିକ ରିଲିଫ୍ କ୍ୟାମ୍ପ ପ୍ରସ୍ତୁତ ରଖାଯାଇଛି । ଶନିବାର ଚେନ୍ନାଇ ବିମାନବନ୍ଦରରୁ ୩୫ ବିମାନ ବାତିଲ କରାଯାଇଥିଲା, ଆଜି ପାଇଁ ୪୭ଟି ବିମାନ ସ୍ଥଗିତ ରଖାଯାଇଛି। କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ବାତ୍ୟା ପାଇଁ ରେଳବାଇର ପ୍ରସ୍ତୁତି ସମୀକ୍ଷା କରିଛନ୍ତି । ରେଳ ବୋର୍ଡ, ଜୋନ୍ ଏବଂ ଡିଭିଜନ ସ୍ତରରେ ମଧ୍ୟ ୱାର ରୁମକୁ ସକ୍ରିୟ କରାଯାଇଛି। ଅନେକ ଟ୍ରେନ୍ ମଧ୍ୟ ବାତିଲ କରାଯାଇଛି ।

Post Views6 Total Count

Apply Now


This will close in 0 seconds

error: Content is protected !!