ନୂଆ ରୂପରେ ଅରୁନ୍ଧତୀ ଜୁଏଲର୍ସ

‘ଅର୍ଘ୍ୟ’ ଓ ‘ଆରାଧ୍ୟା’ କଲେକ୍ସନ୍ ଉନ୍ମୋଚନ ♦ ଗଢ଼ା ମଜୁରିରେ ରିହାତି

ଭୁବନେଶ୍ଵର ଜନପଥରେ ଥିବା ଅରୁନ୍ଧତୀ ଜୁଏଲର୍ସ ଆଜି ନୂଆ ରୂପ ନେଇଛି। ଗ୍ରାହକଙ୍କୁ ସର୍ବୋତ୍କୃଷ୍ଟ ସେବା ଯୋଗାଇ ଦେବାପାଇଁ ଏହି ଅତ୍ୟାଧୁନିକ ଏବଂ ବୃହତ୍ ସୋରୁମ୍ ଆଜି ଉଦ୍‌ଘାଟିତ ହୋଇଯାଇଛି। ଅରୁନ୍ଧତୀ ଜୁଏଲର୍ସର ବ୍ରାଣ୍ଡ୍ ଆମ୍ବାସଡର୍‌ ତଥା ଓଲିଉଡ୍ ଅଭିନେତ୍ରୀ ଅର୍ଚ୍ଚିତା, ପରିଚାଳନା ନିର୍ଦ୍ଦେଶକ ବ୍ରହ୍ମାନନ୍ଦ ମେହେର, ନିର୍ଦ୍ଦେଶକ ଅଚ୍ୟୁତାନନ୍ଦ ମେହେର ଏବଂ ନିର୍ଦ୍ଦେଶକ ଅରୁନ୍ଧତୀ ମେହେରଙ୍କ ଦ୍ବାରା ନବୀକୃତ ସୋରୁମ୍‌କୁ ଗ୍ରାହକଙ୍କ ଲାଗି ଉତ୍ସର୍ଗ କରାଯାଇଛି।

ଅରୁନ୍ଧତୀ ଜୁଏଲର୍ସ ଇତି ମଧ୍ୟରେ ୨୫ ବର୍ଷ ପୂରଣ କରିଛି। ଏହି ପରିପ୍ରେକ୍ଷୀରେ ଗ୍ରାହକଙ୍କ ସହିତ ସଂପର୍କକୁ ଆହୁରି ମଜଭୁତ କରିବା ପାଇଁ ନୂଆ ସୋରୁମ୍ ପାର୍ବଣ ଭେଟି ବୋଲି କୁହାଯାଇଛି। ଏଥିସହିତ ପାର୍ବଣ ଋତୁରେ ନୂତନ କଲେକ୍ସନ୍ ‘ଅର୍ଘ୍ୟ’ଏବଂ ‘ଆରାଧ୍ୟା’ ମଧ୍ୟ ଉନ୍ମୋଚିତ ହୋଇଛି। ୧୨ ହଜାର ବର୍ଗଫୁଟ୍‌ର ଏହି ସୋରୁମ୍‌ରେ ୨୫ ହଜାରରୁ ଅଧିକ ନୂଆ ଡିଜାଇନ୍‌ର ଗହଣା ପ୍ରଦର୍ଶିତ ହୋଇଛି। ଏହି ଅବସରରେ ଅରୁନ୍ଧତୀ ଜୁଏଲର୍ସର ଏମ୍‌ଡି ଶ୍ରୀ ମେହେର କହିଛନ୍ତି, ଦୀର୍ଘ ୨୫ ବର୍ଷର ଅତୁଟ ସ୍ନେହ, ଶ୍ରଦ୍ଧା ଓ ଭଲ ପାଇବା ପାଇଁ ଓଡ଼ିଶାବାସୀଙ୍କ ପ୍ରତି ଅରୁନ୍ଧତୀ ପରିବାର ସର୍ବଦା ନତମସ୍ତକ ଆମ ପ୍ରିୟ ଓଡ଼ିଶାବାସୀଙ୍କ ଆଶୀର୍ବାଦ ପ୍ରତିଟି ସଫଳ ସୋପାନ ଅତିକ୍ରମ କରିବାରେ ସହାୟକ ହୋଇଛି।

ଗ୍ରାଣ୍ଡ୍ ରିଓପେନିଙ୍ଗର ସର୍ବଶ୍ରେଷ୍ଠ ଅଫର୍‌ରେ ଗ୍ରାହକମାନେ ସୁନା ଗହଣାର ଗଢ଼ା ମଜୁରିରେ ସୁନିଶ୍ଚିତ ସର୍ବନିମ୍ନ ୨୫ ପ୍ରତିଶତ ରିହାତି, ବାୟ ମୋର୍ ଗେଟ୍ ମୋର୍‌ରେ ଅଧିକ ସୁନାଗହଣା କିଣି ସର୍ବାଧିକ ଫ୍ଲାଟ୍ ୫୦ ପ୍ରତିଶତ ରିହାତି ପାଇପାରିବେ ଏହା ସହିତ ସ୍ଵର୍ଣ୍ଣ ସମୃଦ୍ଧି ଯୋଜନା ମାଧ୍ୟମରେ ପ୍ରଥମ ଥର ପାଇଁ ଗଢ଼ା ମଜୁରି ସଂପୂର୍ଣ୍ଣ ମାଗଣା ରହିଛି। ତାହା ସହ ପ୍ରତ୍ୟେକ ଅଗ୍ରିମ ବୁକିଂ ଉପରେ ସୁନାର ସର୍ବନିମ୍ନ ବଜାର ଦର ସହିତ ମାଗଣା ସ୍ବର୍ଣ୍ଣ ଓ ରୌପ୍ୟ ମୁଦ୍ରା ଏବଂ ପୁରୁଣା ସୁନା ଗହଣା ବଦଳାଇଲେ ଗ୍ରାହକ ପ୍ରତ୍ୟେକ ୧୦ ଗ୍ରାମ ଉପରେ ୧୦୦୦ ଟଙ୍କାର ଅତିରିକ୍ତ ବୋନସ୍ ପାଇପାରିବେ |

Post Views18 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!