ଡିଜିଟାଲ ଆରେଷ୍ଟ ଜାଲରେ ଫସିଲେ ମହିଳା ଡାକ୍ତର

ଡିଜିଟାଲ ଆରେଷ୍ଟ ହୋଇ ସାଇବର କ୍ରାଇମରେ ଫସିଛନ୍ତି ରାୟଗଡାର ଜଣେ ମହିଳା ଡାକ୍ତର । ସୂଚନାରୁ ଜଣାପଡିଛି ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟକରୁଥିବା ଅତିରିକ୍ତ ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ମମତା ଚୌଧୁରୀ ଡିଜିଟାଲ ଆରେଷ୍ଟର ଶିକାର ହୋଇଛନ୍ତି । ଏନେଇ ଡାକ୍ତର ଚୌଧୁରୀ ରାୟଗଡା ଥାନାରେ ଏତଲା ଦେଇଥିବା ଜଣାପଡିଛି।

ସୂଚନା ଅନୁସାରେ, କିଛି ଦିନ ତଳେ ତାଙ୍କୁ ଏକ ଫୋନ୍ କଲ ଆସିଥିଲା। ବ୍ୟକ୍ତି ଜଣକ ଏକ କୋରିୟର ଅଫିସ୍‌ରୁ କହୁଥିବା ପରିଚୟ ଦେଇ ମମତାଙ୍କ ଆଧାର କାର୍ଡ ସହ ଲିଙ୍କ୍ ଥିବା ଏକ ସନ୍ଦେହଜନକ ବ୍ୟାଗ୍ ଆସିଥିବା କହିବା ସହ ଆପଣଙ୍କ ନାମରେ ସଂଗିନ ଅଭିଯୋଗ ଅଛି ବୋଲି କହିଥି‌ଲେ। ସଙ୍ଗେ ସଙ୍ଗେ କଲ୍ ନକଲି ପୁଲିସ ଅଫିସରଙ୍କ ନିକଟକୁ ଟ୍ରାନ୍ସଫର ମଧ୍ୟ ହୋଇଥିଲା। ଭେରିଫିକେସନ ଶେଷ ନ ହେବା ପର୍ଯ୍ୟନ୍ତ ଘରୁ ନ ବାହାରିବାକୁ ସାଇବର ଫ୍ରଡ ଜଣକ ଡାକ୍ତର ମମତାଙ୍କୁ କହିଥିଲେ। ନଚେତ ତାଙ୍କୁ ଗିରଫ କରାଯିବ ବୋଲି ଧମକ ଦେଇଥିଲେ । ଏଥିରେ ସହ‌ଯୋଗ ନ କରିଲେ ଅସୁବିଧାର ସମ୍ମୁଖୀନ ହେବ‌େ ବୋଲି ତାଙ୍କୁ ଧମକା ଯାଇଥିଲା।ପୁଲିସର ସାଇବର ସେଲ ବିଭାଗ କରୁଛି ଘଟଣାର ତଦନ୍ତ ଦୁଇ ଦିନ ମଧ୍ୟରେ ଡାକ୍ତର ମମତା ଡିଜିଟାଲ ଆରେଷ୍ଟର ଶିକାର ହୋଇ ୧୨ ଲକ୍ଷ ରୁ ଊର୍ଦ୍ଧ୍ବ ଟଙ୍କା ଠକେଇର ଶିକାର ହୋଇଥିଲେ। ଡାକ୍ତର ମମତାଙ୍କ ଅଭିଯୋଗ କ୍ରମେ ରାୟଗଡା ପୁଲିସ ଏବଂ ପୁଲିସର ସାଇବର ସେଲ ବିଭାଗ ଘଟଣାର ତଦନ୍ତ କରୁଥିବା ଜଣାପଡିଛି ।ରାୟଗଡା ଆଇଆଇସି ପ୍ରସନ୍ନ କୁମାର ବେହେରା ଏନେଇ ମାମଲା ରୁଜୁ ହୋଇଥିବା ନେଇ ସୂଚନା ଦେଇଥିବା ବେଳେ ଡାକ୍ତର ମମତାଙ୍କୁ ଫୋନ ଯୋଗେ ପଚାରିବାରୁ କୌଣସି ସୂଚନା ଦେଇନଥିଲେ ।

Post Views4 Total Count

Apply Now


This will close in 0 seconds

error: Content is protected !!