ସଜେଇ ହୋଇଛି ରାଷ୍ଟ୍ରପତି ଙ୍କ ଗାଁ ପାହାଡ଼ପୁର

୩ ଦିନିଆ ମୟୂରଭଞ୍ଜ ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତି ହେବା ପରେ ପ୍ରଥମ ଥର ନିଜ ଗାଁକୁ ଯିବେ ମହାମହିମ ।

ସ୍ୱାଗତ ପାଇଁ ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି ପହଞ୍ଚିଛି । ରାଷ୍ଟ୍ରପତି ନିଜ ସ୍କୁଲ ଏସଏଲଏସ ସ୍ମାରକୀ ବିଦ୍ୟାଳୟ ମଧ୍ୟ ଯିବାର କାର୍ଯ୍ୟକ୍ରମ ରହିଛି ।

ବିଦ୍ୟାଳୟରେ ମଧ୍ୟ ଜୋରସୋରରେ ଚାଲିଛି ପ୍ରସ୍ତୁତି । ଏସଏଲଏସ ବିଦ୍ୟାଳୟରେ ମହାମହିମଙ୍କ ଦୁଇ ପୁଅ ଓ ସ୍ୱାମୀଙ୍କ ସ୍ମାରକୀକୁ ନୂଆ ରଙ୍ଗ ରୂପ ଦିଆଯାଉଛି ।

ଖରା ବର୍ଷାକୁ ଖାତିର ନକରି ସମସ୍ତ ଗ୍ରାମବାସୀ ମହାମହିମଙ୍କ ସ୍ୱାଗତ ପାଇଁ କାମରେ ଲାଗି ପଡ଼ିଛନ୍ତି । ମାଟି ରାସ୍ତାକୁ ପିଚୁ କରାଯାଇଛି, ବଦଳିଯାଇଛି ଗାଁର ରୂପରେଖ । ଗାଁ ଦାଣ୍ଡ କାନ୍ଥକୁ ରଙ୍ଗ କରାଯାଇ ଅଙ୍କା ଯାଇଛି ସୁନ୍ଦର ସୁନ୍ଦର ଚିତା ।

Post Views2 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!