ଡିସେମ୍ବର ୧ରୁ ୫ ପର୍ଯ୍ୟନ୍ତ ୪ର୍ଥ ବ୍ରାହ୍ମଣୀ ବନ୍ଦାଣ ଓ ନାଗନାଥେଶ୍ୱର ମହୋତ୍ସବ

ସଦର ବ୍ଲକ୍ ସ୍ଥିତ ବଣସିଂହ ଓ ଚାଉଳିଆ ପଞ୍ଚାୟତ ବଡ଼ ନାଗେନା ସ୍ଥିତ ବାବା ଉତ୍କଳ ର ଦ୍ୱାଦଶ ଜ୍ୟୋତିର୍ଲିଙ୍ଗ ଶ୍ରୀ ଶ୍ରୀ ନାଗନାଥେଶ୍ୱର ମହାଦେବ ଙ୍କ ବିଜେସ୍ଥଳୀ ରେ ୪ର୍ଥ ବ୍ରାହ୍ମଣୀ ବନ୍ଦାଣ ଓ ନାଗ ନାଥେଶ୍ୱର ମହୋତ୍ସବ ଡିସେମ୍ବର ୧ତାରିଖରୁ ୫ତାରିଖ ପର୍ଯ୍ୟନ୍ତ ପାଞ୍ଚଦିନ ଧରି ଅନୁଷ୍ଠିତ ହେବ ବୋଲି ଆଜି ଅନୁଷ୍ଟିତ ସଧାରଣ ବୈଠକ ରେ ନିଷ୍ପତି ନିଆ ଯାଇଛି। ଅନୁଷ୍ଠାନ ର ସଭାପତି ସୁଦାମ ଚନ୍ଦ୍ର ବେହେରା ଙ୍କ ସଭାପତିତ୍ଵ ରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକ ରେ ଆଧ୍ୟାତ୍ମିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଉପରେ ଗୁରୁତ୍ବ ଦିଆଯାଇଛି। ନୃତ୍ୟ ,ସଂଗୀତ, ଭଜନ ଓ ଅନ୍ୟାନ୍ୟ ଚିତ୍ତାକର୍ଷକ କାର୍ଯ୍ୟକ୍ରମ କରାଯିବ। ଅପରାହ୍ନ ୩ଘଣ୍ଟା ରେ ଉତ୍ତରୟଣୀ ଗଙ୍ଗା ଭାବରେ ବ୍ରାହ୍ମଣୀ ନଦୀ ବନ୍ଦନା କାର୍ଯ୍ୟକ୍ରମ ଓ ସଂଧ୍ୟା ୬ଘଣ୍ଟା ରେ ସାଂସ୍କୃତିକ ସଭା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏହା ସହିତ ମୀନା ବଜାର ଓ ଦୋଳି ଖାଦ୍ୟମେଳା ଆଦିର ଆୟୋଜନ ହେବାର ସ୍ଥିର ହେଲା , ପ୍ରାରମ୍ଭ ରେ ଅନୁଷ୍ଠାନ ଉପଦେଷ୍ଟା ଅବନୀ କୁମାର ମିଶ୍ର କାର୍ଯ୍ୟକ୍ରମ ର ରୂପରେଖ ସମ୍ପର୍କ ରେ ଆଲୋକ ପାତ କରିଥିଲେ। ଏହି ଅବସରରେ ରେ ବରିଷ୍ଠ ଉପଦେଷ୍ଟା ଜୟନ୍ତ ହୋତା, ଡ଼ା ଶାନ୍ତି ଭୂଷଣ ପଣ୍ଡା ପ୍ରମୁଖ ନିଜର ମତ ପୋଷଣ କରିଥିଲେ। ପରେ ବିକାଶ କୁମାର ରଥ, ସବ୍ୟସାଚୀ ପାଣି, ନିତ୍ୟାନନ୍ଦ ସାହୁ, ଗୋପାଳ ଚନ୍ଦ୍ର ଦାଶ, ଜଟାଧାରୀ ବେହେରା, ଗଗନ ମହାନ୍ତି, ପ୍ରତାପ ନାଏକ, ସର୍ବେଶ୍ଵର ବ୍ରହ୍ମ, ରସାନନ୍ଦ ମହାଳିକ, ସୁଶାନ୍ତ ସାହୁ, ସାରଙ୍ଗଧର ମଲ୍ଲିକ,ରାମଚନ୍ଦ୍ର ବେହେରା, ବିଶ୍ଵନାଥ ସାହୁ ଓ ପବିତ୍ର ରାଏ ପ୍ରମୁଖ କାର୍ଯ୍ୟକ୍ରମ ସମ୍ପର୍କରେ ମତ ପ୍ରଦାନ କରିଥିଲେ।ପୂର୍ବାହ୍ନରେ ବ୍ରହ୍ମଣୀ ନଦୀରେ ଶୁଭ ଖମ୍ବ ସ୍ଥାପନ କରା ଯାଇଥିଲା। ଅନୁଷ୍ଠାନ ର ସଂପାଦକ ଅଶୋକ କୁମାର ପଣ୍ଡା ଧନ୍ୟ ବାଦ ଅର୍ପଣ କରିଥିଲେ।

Post Views31 Total Count

Apply Now


This will close in 0 seconds

error: Content is protected !!