ସାଵଧାନ! ସକାଳୁ ସକାଳୁ ଅଶାନ୍ତ ହେଲାଣି ସମୁଦ୍ର

ବାତ୍ୟା ‘ଅକଭାନ୍’କୁ ନେଇ ଗଞ୍ଜାମ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି । ଏଯାଏ ୧୦୮ଟି ବାତ୍ୟା ଆଶ୍ରୟସ୍ଥଳୀକୁ ୧୪ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ଗୋପାଳପୁର ନିକଟ ନୂଆ ଗୋଳାବନ୍ଧର ସମସ୍ତ ପରିବାରଙ୍କୁ ସ୍ଥାନାନ୍ତରିତ ପ୍ରକ୍ରିୟା ଆରମ୍ଭ ହୋଇଛି ।

୧୨ ଓଡ୍ରାଫ୍, ୩ ଏନଡିଆରଏଫ୍ ଓ ୨୪ ଅଗ୍ନିଶମବାହିନୀ ବିଭିନ୍ନ ସ୍ଥାନରେ ମୁତୟନ ହୋଇଛନ୍ତି। ୨୫ଟି ଦେଶୀ ଡଙ୍ଗାକୁ ବିଭିନ୍ନ ସ୍ଥାନକୁ ପଠାଯାଇଛି ବୋଲି କହିଛନ୍ତି ଜିଲ୍ଲାପାଳ । ସେପଟେ ଧୀରେ ଧୀରେ ସମୁଦ୍ର ଅଶାନ୍ତ ହେବାରେ ଲାଗିଛି । ଗତକାଲି ରାତିରୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ବର୍ଷା ଆରମ୍ଭ ହୋଇଛି ।

ଅନ୍ୟପଟେ ୨୦୧୩ ମସିହାରେ ଗୋପାଳପୁରରେ ଲାଣ୍ଡ ଫାଲ କରିଥିବା ଫାଇଲିନ ବାତ୍ୟା ପରି ପୁଣି ଥରେ ସେମିତି ସ୍ଥିତି ଉପୁଜିବ କି ?ପାଣିପାଗ ବିଭାଗ ର ସୂଚନା ପ୍ରକାରେ ବାତ୍ୟା ଅକବାନ ଆନ୍ଧ୍ର ପ୍ରଦେଶ ର ନାର୍ସାପୁର ରୁ ଓଡିଶା ର ପୁରୀ ମଧ୍ୟରେ ସ୍ଥଳ ଭାଗ ଛୁଇଁ ପାରେ, ଏଣୁ ସେହି ରାସ୍ତାରେ ଆସୁଥିବା ଚିକିଟି ରୁ ଖଲ୍ଲିକୋଟ ଉପକୁଳ ରେ ଵି ଲାଣ୍ଡ ଫାଲ ର ସମ୍ଭାବନା କୁ ଦୃଷ୍ଟି ରେ ରଖି ଜିଲ୍ଲା ପ୍ରଶାସନ ତାର ପ୍ରସ୍ତୁତି କୁ ବଢ଼ାଇ ଦେଇଥିବା କଥା କହିଛନ୍ତି ଗଞ୍ଜାମ ଜିଲ୍ଲାପାଳ ଭି କୀର୍ତ୍ତି ଭାସନ l

Post Views67 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!