ୟୁକୋ ବ୍ୟାଙ୍କର ୬୫୩ କୋଟିର ନେଟ୍ ଲାଭ

ଚଳିତ ଆର୍ଥିକ ବର୍ଷର ତୃତୀୟ ତ୍ରୈମାସିକ ଫଳାଫଳ ସମ୍ପର୍କରେ ୟୁକୋ ବ୍ୟାଙ୍କ ପକ୍ଷରୁ ଘୋଷଣା କରାଯାଇଛି। ୩ୟ ତ୍ରୈମାସରେ ବ୍ୟାଙ୍କର ରିଟିନ୍ ଅଫ୍ ଆକାଉଣ୍ଟରୁ ୪୫୮କୋଟି ଟଙ୍କା ଅସୁଲି ହୋଇପାରିଛି ବୋଲି ବ୍ୟାଙ୍କର ପରିଚାଳନା ନିର୍ଦ୍ଦେଶକ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସୋମା ଶଙ୍କର ପ୍ରସାଦ କହିଥିଲେ।

ଏପରିକି ୨୦୨୨ ଡିସେମ୍ବର ଶେଷ ସୁଦ୍ଧା ବ୍ୟାଙ୍କ ୧୧୦% ଅଭିବୃଦ୍ଧି ହାର ହାସଲକରି ୬୫୩ କୋଟି ଟଙ୍କାର ନେଟ୍ ଲାଭ କରିଥିବା ଜଣାପଡ଼ିଛି। ସେହିଭଳି ୨୦୨୧-୨୨ ଆର୍ଥିକ ବର୍ଷର ଏହି ଅବଧି ମଧ୍ୟରେ ବ୍ୟାଙ୍କର ନେଟ୍ ଲାଭ ୩୧୦ କୋଟି ଟଙ୍କା ରହିଥିଲା

ବେଳେ ୨୦୨୨ରେ ଏହା ଦ୍ୱିଗୁଣିତ ହୋଇ ୬୫୩ କୋଟିରେ ପହଞ୍ଚତ୍ଛି।
ଏପରିକି ୨୦୨୨-୨୩ ଆର୍ଥିକ ବର୍ଷର ୪ର୍ଥ ତ୍ରୈମାସରେ ବ୍ୟାଙ୍କ ଆଶାନୁରୂପ ଭାବେ ଅଭିବୃଦ୍ଧି ବଜାୟ ରଖିପାରିବ ବୋଲି ଆଶା କରାଯାଉଛି। ସେହିପରି ୨୦୨୨ ଡିସେମ୍ବର ଶେଷ ସୁଦ୍ଧା ବ୍ୟାଙ୍କର ସମୁଦାୟ ଋଣରେ ୨୦.୫% ଅଭିବୃଦ୍ଧି ହୋଇଥିବା ଜଣାପଡ଼ିଛି।

ଏ ସମ୍ପର୍କରେ ବ୍ୟାଙ୍କର ପରିଚାଳନା ନିର୍ଦ୍ଦେଶକ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସୋମା ଶଙ୍କର ପ୍ରସାଦ କହିଛନ୍ତି, ସଂଶୋଧିତ ସୁଧ ହାର ଫଳରେ ଜମା କ୍ଷେତ୍ରରେ ଉଲ୍ଲେଖନୀୟ ଅଭିବୃଦ୍ଧି ହୋଇପାରିବ।

ଏପରିକି ନେଟ୍ ଇଣ୍ଟରେଷ୍ଟ ମାର୍ଜିନରେ ପ୍ରତ୍ୟେକ ତ୍ରୈମାସରେ କ୍ରମାଗତ ଭାବେ ଅଭିବୃଦ୍ଧି ଘଟୁଛି ବୋଲି ପ୍ରସାଦ ମତ ପ୍ରକାଶ କରିଛନ୍ତି।

Post Views14 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!