ମା’ ହେଲେ ୯ମ ଶ୍ରେଣୀ ଛାତ୍ରୀ, କିପରି ହେଲେ ଗର୍ଭବତୀ?

କେନ୍ଦୁଝର ଜିଲ୍ଲା ସଦର ଥାନା ଅଞ୍ଚଳରେ ଥିବା ଏକ ଆଶ୍ରମ ସ୍କୁଲ୍ର ଜଣେ ଛାତ୍ରୀ କନ୍ୟା ସନ୍ତାନ ଜନ୍ମ ଦେଇଥିବା ବେଳେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ରହିଛି।

ଗତ ଜାନୁଆରୀ ୧୨ ତାରିଖରେ ସମ୍ପୃକ୍ତ ଛାତ୍ରୀ ମକର ଛୁଟିରେ ସ୍କୁଲ୍ରୁ ଘରକୁ ଆସିଥିଲେ।

ଅସୁସ୍ଥତା ଅନୁଭବ କରିବାରୁ ତାଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଗତ ୨୫ ତାରିଖ ଦିନ ସ୍ତ୍ରୀ ଓ ପ୍ରସୂତି ବିଭାଗରେ ଆଡମିଶନ ହେବା ପରେ ଛାତ୍ରୀ ଜଣକ ଏକ ଶିଶୁ କନ୍ୟା ଜନ୍ମ ଦେଇଥିଲେ।

ଏନେଇ ଛାତ୍ରୀଙ୍କ ମା’ଙ୍କ ଏତଲା କ୍ରମେ ଟାଉନ ଥାନାରେ ମାମଲା ରୁଜୁ ହୋଇଛି।୧୫ ବର୍ଷୀୟା ନାବାଳିକା ଜଣକ କିପରି ଗର୍ଭବତୀ ହେଲେ ? ଏହା ପଛରେ କିଏ ଦାୟୀ ?

ଏନେଇ ପୋଲିସ ଖୋଳତାଡ ଆରମ୍ଭ କରିଛି। ଏହି ଘଟଣାରେ ପୋଲିସ ଜଣଙ୍କୁ ଅଟକ ରଖିଛି। ଆଶ୍ରମ ସ୍କୁଲ୍ଟି ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗର।

Post Views12 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!