ଅମିତ ଶାହାଙ୍କ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ ସ୍ଥଗିତ

କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ ସ୍ଥଗିତ ରହିଛି। ଏନେଇ ଗୁରୁବାର ସୂଚନା ଦେଇଛନ୍ତି ସମ୍ବଲପୁର ଜିଲାପାଳ। ଚଳିତମାସ ୧୦ ଓ ୧୧ ତାରିଖରେ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଥାନ୍ତେ ଶାହା। ତେବେ ଏହି କାର୍ଯ୍ୟକ୍ରମକୁ ବାତିଲ କରାଯାଇଛି।

ଓଡିଶା ଗସ୍ତରେ ଆସି ଜଟଣୀ ଫରେନସିକ ବିଶ୍ୱବିଦ୍ୟାଳୟର ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ଥିଲା। ଏହାପରେ ସନ୍ଧ୍ୟାରେ ପିରୀ ଯାଇ ଶ୍ରୀଜିଉଙ୍କ ଦର୍ଶନ କରିବାର ଥିଲା । ମହାପ୍ରଭୁଙ୍କ ଦର୍ଶନ କରିବା ପରେ ପୁରୀରେ ହିଁ ରାତ୍ରୀଯାପନ କରିବାର କାର୍ଯ୍ୟକ୍ରମ ମଧ୍ୟ ରହିଥିଲା।

୧୧ରେ ପୁରୀରୁ ବାହାରି ସମ୍ବଲପୁର ଯିବାର କାର୍ଯ୍ୟକ୍ରମ ରହିଥିଲା। ସେଠାରେ ମା’ ସମ୍ବଲେଶ୍ୱରୀଙ୍କ ଦର୍ଶନ କରିବା ସହ କିଛି ପ୍ରକଳ୍ପର ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ଥିଲା। ପରେ ଭୁବନେଶ୍ୱର ଆସି ଜନତା ମୈଦାନରେ ଶିଳାନ୍ୟାସ କାର୍ଯ୍ୟକ୍ରମରେ ଯୋଗ ଦେଇ ଅଭିଭାଷଣ ଦେବାର କାର୍ଯ୍ୟକ୍ରମ ରହିଥିଲା ।

Post Views37 Total Count

Apply Now


This will close in 0 seconds

error: Content is protected !!