ଉତ୍ତରାଖଣ୍ଡର ଉତ୍ତରକାଶୀରେ ହେଲିକପ୍ଟର ଦୁର୍ଘଟଣା

ଉତ୍ତରାଖଣ୍ଡର ଉତ୍ତରକାଶୀରେ ହେଲିକପ୍ଟର ଦୁର୍ଘଟଣା । ଗଙ୍ଗନାନୀରୁ ବାହାରିଥିବା ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ହେଲିକପ୍ଟରରେ ୭ଜଣ ଯାତ୍ରୀ ଯାତ୍ରା କରୁଥିଲେ।

ଦୁର୍ଘଟଣାରେ ପାଇଲଟ ସମେତ ୬ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ଘଟଣା ପରେ ଉତ୍ତରକାଶୀ ଡିଏମ ଘଟଣାସ୍ଥଳକୁ ଯାଇଛନ୍ତି । ଘଟଣା ସକାଳ ୯ଟାରେ ଘଟିଛି ବୋଲି ଜଣାପଡିଛି ।

ଏହି ହେଲିକପ୍ଟରଟି ଦେହରାଡୁନରୁ ହର୍ଷିଲ ହେଲିପ୍ୟାଡ ପାଇଁ ବାହାରିଥିଲା । ଗଙ୍ଗନାନୀର ସାମ୍ନାରେ ଥିବା ନାଗ ମନ୍ଦିରର ତଳେ ଭାଗୀରଥୀ ନଦୀ ପାଖରେ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହେବାର ସୂଚନା ଦିଆଯାଇଛି । ହେଲିକପ୍ଟରଟି ଏକ ଘରୋଇ କମ୍ପାନୀର ବୋଲି କୁହାଯାଉଛି ।

Post Views14 Total Count

Apply Now


This will close in 0 seconds

error: Content is protected !!