ଢେଙ୍କାନାଳରେ ଜାତୀୟ କ୍ରୀଡ଼ା ଦିବସ ପାଳିତ 

ଢ଼େଙ୍କାନାଳରେ ଆଜି ଜାତୀୟ କ୍ରୀଡା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଆଜି ପୂର୍ବାହ୍ନରେ ଢେଙ୍କାନାଳ ଷ୍ଟାଡ଼ିୟମ ଠାରେ ଏକ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଉତ୍ସବରେ ପୌର ଅଧ୍ୟକ୍ଷା ଶ୍ରୀମତୀ ଜୟନ୍ତ୍ରୀ ପାତ୍ର, ସାଂସଦଙ୍କ ପ୍ରତିନିିଧି ଶ୍ରୀ ରୁଦ୍ର ନାରାୟଣ ତ୍ରିପାଠୀ,ଜିଲ୍ଲାପାଳ ଶ୍ରୀ ଆଶିଷ ଇଶ୍ୱର ପାଟିଲ , ଆରକ୍ଷୀ ଅଧିକ୍ଷକ ଶ୍ରୀ ଅଭିନବ ସୋନକର, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରମେଶ ଚନ୍ଦ୍ର ସେଠୀ, ବନଖଣ୍ଡ ଅଧିକାରୀ ଶ୍ରୀ ସୁମିତ କୁମାର କର, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ଦିପ୍ତି ରଂଜନ ସେଠୀ, କ୍ରୀଡ଼ା ଅଧିକାରୀ ଶ୍ରୀ ସୁଦିପ୍ତ କୁମାର ସାହୁ, କ୍ରୀଡ଼ା ସଂଘର ସଂପାଦକ ଶ୍ରୀ ନଳିନୀ କୁମାର ଦାସ ପ୍ରମୁଖ ଯୋଗ ଦେଇ କ୍ରୀଡ଼ା ଜଗତର ପ୍ରବାଦ ପୁରୁଷ ଧ୍ୟାନଚାନ୍ଦ ସିଂଙ୍କ ଫଟୋଚିତ୍ରରେ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ ।

ଏହି ଅବସରରେ କ୍ରୀଡ଼ାବିତ୍ ମାନେ କ୍ରୀଡ଼ା କ୍ଷେତ୍ରରେ ଉତ୍କର୍ଷ ପ୍ରଦର୍ଶନ ନିମନ୍ତେ ଶପଥ ପାଠ କରିଥିଲେ । ଷ୍ଟାଡ଼ିୟମ ଠାରେ ଆୟୋଜିତ ବନ୍ଧୁତ୍ୱପୂର୍ଣ୍ଣ ହକି ମ୍ୟାଚ (ଢ଼େଙ୍କାନାଳ- ଏ ବନାମ ଢ଼େଙ୍କାନାଳ- ବି) ଓ ଫୁଟବଲ ମ୍ୟାଚ ( ସିଆରିଆ ବନାମ ନରଣପୁର) କୁ ଅତିଥି ମାନେ ଶୁଭାରମ୍ଭ କରିଥିଲେ ।

Post Views4 Total Count

Apply Now


This will close in 0 seconds

error: Content is protected !!