କବି ତଥା ରାଜନେତା ହୁସେନ ରବିଗାନ୍ଧୀଙ୍କ ପରଲୋକ

କବି ତଥା ରାଜନେତା ହୁସେନ ରବିଗାନ୍ଧୀଙ୍କ ପରଲୋକ । ଏସସିବିରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି । ସାହିତ୍ୟ ଏକାଡେମୀ ପୂର୍ବତନ ସଭାପତି ଥିଲେ ହୁସେନ । ଜଣେ ରାଜନେତା ତଥା କବି ଭାବେ ପ୍ରସିଦ୍ଧି ହାସଲ କରିଥିଲେ ।

ବିଜେଡିର ଜଣେ ତୁଙ୍ଗ ନେତା ଭାବେ ସେ ପରିଚିତ ଥିଲେ । ସେ ଉକ୍ରଳ ପ୍ରସଙ୍ଗର ସମ୍ପାଦକ ମଧ୍ୟ ରହିଥିଲେ । ତାଙ୍କ ପରଲୋକରେ ଶୋକପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଶୋକବାର୍ତ୍ତାରେ ମୁଖ୍ୟମନ୍ତ୍ରୀ ଲେଖିଛନ୍ତି, ରାଜ୍ୟ ତାଙ୍କ ଭଳି ଜଣେ ବରିଷ୍ଠ ରାଜନେତାଙ୍କୁ ହରାଇଲା । ପ୍ରଥମେ ସେ ବିଜୁ ବାବୁଙ୍କ ସହ ଏବଂ ପରେ ବିଜୁ ଜନତା ଦଳରେ ଥିଲେ । ଦଳ ପାଇଁ ତାଙ୍କର ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ ଥିଲା ।

Post Views19 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!