ଜେ.କେ.ମହାନ୍ତିଙ୍କୁ ସମ୍ମାନଜନକ ଡକ୍ଟରେଟ୍‌

କିଟ୍‌ ଡିମ୍‌ଡ ବିଶ୍ୱବିଦ୍ୟାଳୟର ୧୯ ତମ ବାର୍ଷିକ ସମାବର୍ତ୍ତନ ଉତ୍ସବରେ ରାଜ୍ୟର ଜଣାଶୁଣା ଶିଳ୍ପପତି ତଥା ସ୍ବସ୍ତି ଗ୍ରୁପ୍‌ର ସିଏମ୍‌ଡି ଜେ.କେ.ମହାନ୍ତିଙ୍କୁ ଡିଗ୍ରୀ ଅଫ୍‌ ଡକ୍ଟରେଟ୍‌ ଲେଟର(ଅନରିସି କାଜା) ପ୍ରଦାନ କରାଯାଇଛି।

ଏହି ପରିପ୍ରେକ୍ଷୀରେ ଆୟୋଜିତ ଏକ ସ୍ବତନ୍ତ୍ର ସମ୍ମାନ ସମାରୋହ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କଠାରୁ ମହାନ୍ତି ଉକ୍ତ ଉପାଧି ଗ୍ରହଣ କରିଥିଲେ। ବିଶେଷକରି ଓଡ଼ିଶା ହୋଟେଲ ଏବଂ ଟ୍ରାଭେଲ ଶିଳ୍ପରେ ଦୀର୍ଘ ୪୨ ବର୍ଷର ଅଭିଜ୍ଞତା ଓ ଅବଦାନ ପାଇଁ ମହାନ୍ତିଙ୍କୁ ଏହି ସମ୍ମାନଜନକ ଉପାଧି ଦିଆଯାଇଥିବା କିଟ୍‌ ପକ୍ଷରୁ କୁହାଯାଇଛି।

ଏ ସମ୍ପର୍କରେ ସ୍ବସ୍ତି ଗ୍ରୁପ୍‌ର ସିଏମ୍‌ଡି ମହାନ୍ତି କହିଥିଲେ, ଏହି ସମ୍ମାନ ଓ ଉପାଧି ଆଗାମୀ ଦିନରେ ଏକ ନୂଆ ଉତ୍ସାହ ଓ ଶକ୍ତି ଯୋଗାଇବ। ଏପରିକି ଦୀର୍ଘ ବର୍ଷର କର୍ମଫଳ ଓ କଠିନ ପରିଶ୍ରମର ଏହା ଫଳ ବୋଲି ମହାନ୍ତି ମତପ୍ରକାଶ କରିଛନ୍ତି।

ସୂଚନାଯୋଗ୍ୟ, ମହାନ୍ତି ହୋଟେଲ ଆଣ୍ଡ ରେଷ୍ଟୁରାଣ୍ଟ ଆସୋସିଏଶନ ଅଫ୍‌ ଓଡ଼ିଶାର ଅଧ୍ୟକ୍ଷ ଥିବାବେଳେ ସ୍ବସ୍ତି ଗ୍ରୁପ୍‌ର ସିଏମ୍‌ଡି ଭାବେ ଦୀର୍ଘ ବର୍ଷ ହେବ କାର୍ଯ୍ୟ କରୁଛନ୍ତି।

Post Views11 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!