ଅଗଷ୍ଟ ୨୨ରେ ଭାରତ ଏନସିଏପିର ଆନୁଷ୍ଠାନିକ ଶୁଭାରମ୍ଭ

କେନ୍ଦ୍ର ସରକାରଙ୍କର ବହୁ ପ୍ରତୀକ୍ଷିତ ତଥା ଅଭିନବ ପ୍ରକଳ୍ପ ‘ଭାରତ ନୂତନ କାର ମୂଲ୍ୟାୟନ କାର୍ଯ୍ୟକ୍ରମ ବା ଭାରତ ଏନସିଏପିର ଆନୁଷ୍ଠାନିକ ଶୁଭାରମ୍ଭ ୨୦୨୩ ଅଗଷ୍ଟ ୨୨ରେ କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନୀତିନ ଗଡକରୀ କରିବେ ବୋଲି ଜଣାପଡଇଛି।

ବିଶେଷ କରି ଭାରତରେ ମୋଟର ଯାନର ସୁରକ୍ଷା ମାନକୁ ୩.୫ ଟନ୍କୁ ବୃଦ୍ଧି କରି ସଡ଼କ ସୁରକ୍ଷାରେ ଉନ୍ନତି ଆଣିବା ପାଇଁ ସରକାରଙ୍କ ପ୍ରତିବଦ୍ଧତା ଦିଗରେ ଏହି କାର୍ଯ୍ୟକ୍ରମ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି କୁହାଯାଉଛି।

ଉକ୍ତ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ହେଉଛି, ବଜାରରେ ଉପଲବ୍ଧ ମୋଟର ଯାନର ଦୁର୍ଘଟଣା ନିରାପତ୍ତାର ତୁଳନାତ୍ମକ ଆକଳନ କରିବା ପାଇଁ କାର୍ ଗ୍ରାହକମାନଙ୍କୁ ଏକ ଉପକରଣ ପ୍ରଦାନ କରିବା । ସେହିଭଳି ଉକ୍ତ କାର୍ଯ୍ୟକ୍ରମ ଅଧୀନରେ କାର ର୍ନିମାତାମାନେ ସ୍ବେଚ୍ଛାକୃତ ଭାବେ ଅଟୋମୋଟିଭ୍ ଇଣ୍ଡଷ୍ଟ୍ରି ଷ୍ଟାଣ୍ଡାର୍ଡ (ଏଆଇଏସ୍) ୧୯୭ ଅନୁଯାୟୀ ପରୀକ୍ଷା କରାଯାଇଥିବା କାର୍ ଗ୍ରାହକଙ୍କୁ ପ୍ରଦାନ କରିପାରିବେ। ଏପରିକି ପରୀକ୍ଷଣରେ କାରର ପ୍ରଦର୍ଶନକୁ ଆଧାର କରି କାରକୁ ଆଡଲଟ ଅକ୍ୟୁପାଣ୍ଟସ୍ (ଏଓପି) ଏବଂ ଚାଇଲଡ ଅକ୍ୟୁପାଣ୍ଟ (ସିଓପି) ପାଇଁ ଷ୍ଟାର ରେଟିଂ ପ୍ରଦାନ କରାଯିବ।

Post Views12 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!