ଉଦଘାଟିତ ହେବାକୁ ଯାଉଛି ଅତ୍ୟାଧୁନିକ ଜିମ୍ନାଷ୍ଟିକ ସେଣ୍ଟର

ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ ସ୍ପୋର୍ଟ୍ସ କମ୍ପ୍ଲେକ୍ସରେ ଉଦଘାଟିତ ହେବାକୁ ଯାଉଛି ଅତ୍ୟାଧୁନିକ ଜିମ୍ନାଷ୍ଟିକ ସେଣ୍ଟର । ଆସନ୍ତା ମେ’ ମାସ ୫ ଓ ୬ ତାରିଖରେ ଏଠାରେ ଏସିଆନ ଜୁନିଅର ଓ ଏସିଆନ ସିନିଅର ଚାମ୍ପିୟନସିପ ପାଇଁ ଟ୍ରାଏଲ ହେବ।

ଯେଉଁଥିରେ ଦେଶର ବଛାବଛା ଜିମ୍ନାଷ୍ଟିକ ଖେଳାଳି ଅଂଶଗ୍ରହଣ କରିବେ। କଳିଙ୍ଗ ଷ୍ଟାଡିୟମରେ ଜିମ୍ନାଷ୍ଟିକ Hpc ନିର୍ମାଣ ହୋଇଥିବାବେଳେ ମେ’ ୭ ଓ ୮ ତାରିଖରେ ଜିମ୍ନାଷ୍ଟିକ Hpc ପାଇଁ ମଧ୍ୟ ଟ୍ରାଏଲ ହେବ। ଏହି ଟ୍ରାଏଲରେ ୧୫୦ ରୂ ଅଧିକ ଜିମ୍ନାଷ୍ଟିକ ଖେଳାଳି ଯୋଗ ଦେବେ। ତେବେ ଏହି ଜିମ୍ନାଷ୍ଟିକ ସେଣ୍ଟର ଓ Hpc ପାଇଁ ୫ ଜଣ କୋଚଙ୍କୁ ନିଯୁକ୍ତି କରାଯାଇଛି।

ଯେଉଁମାନଙ୍କ ମଧ୍ୟରେ ଜାପାନର ଜଣେ ଜଣାଶୁଣା ଜିମ୍ନାଷ୍ଟିକ କୋଚ ସାମିଲ ଅଛନ୍ତି। ସେହିପରି Hpc ପ୍ରୋଗ୍ରାମ ଡିରେକଟର ଭାବେ ବିଶ୍ୱବିଖ୍ୟାତ ଷ୍ଟିଭ ବୁଚେରଙ୍କୁ ନିଯୁକ୍ତି ମିଳିଛି।

ଏହି ଇଣ୍ଡୋର ଜିମ୍ନାଷ୍ଟିକ ସେଣ୍ଟରଟି ଅତ୍ୟାଧୁନିକରୂପରେ ନିର୍ମାଣ ହୋଇଥିବା ବେଳେ ଏଥିରେ ବିଦେଶୀ ସରଞ୍ଜାମ ସବୁ ଲାଗିଛି। ଯେଉଁଥିରେ ୪୦୦ ଦର୍ଶକ କ୍ଷମତା ବିଶିଷ୍ଟ ରହିଛି। ଜିମ୍ନାଷ୍ଟିକ ସେଣ୍ଟର କାର୍ଯ୍ୟ ସମ୍ପୂର୍ଣ ଶେଷ ହୋଇଥିବା ବେଳେ

Post Views6 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!