ରାଉରକେଲା ରଘୁନାଥପାଲିରେ ବିମାନ ଦୁର୍ଘଟଣା

ରାଉରକେଲା ରଘୁନାଥପାଲିରେ ଏକ ଛୋଟ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଜଲଦା ଏ ବ୍ଲକରେ ଇଣ୍ଡିଆ-1 C ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାର ୬ ଜଣ ଆହତ ହୋଇଥିବା କହିଛନ୍ତି ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା।

ଭୁବନେଶ୍ବରରୁ ରାଉରକେଲା ଯାଉଥିଲା ବିମାନ। ଏହା ଏକ ୯ ସିଟର ବିମାନ ଥିଲା ବୋଲି କହିଛନ୍ତି ମନ୍ତ୍ରୀ। ୪ ଜଣ ଯାତ୍ରୀ, ଦୁଇ ଜଣ କ୍ର୍ୟୁ ଆହତ ହୋଇଛନ୍ତି। ଦୁର୍ଘଟଣାର କାରଣ ଅସ୍ପଷ୍ଟ ରହିଛି। ଦୁର୍ଘଟଣାସ୍ଥଳରେ ରଘୁନାଥପାଲି ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଆହତମାନଙ୍କୁ ଉଦ୍ଧାର କରାଯାଇଛି। ତେବେ ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି।

Post Views8 Total Count

Apply Now


This will close in 0 seconds

error: Content is protected !!