ପିପିଏକୁ ୩ ଟି କ୍ଷେତ୍ରରେ ସାଗରଶ୍ରେଷ୍ଠ ସମ୍ମାନ ଆଓ୍ବାର୍ଡ

କେନ୍ଦ୍ର ବନ୍ଦର ଜାହାଜ ଓ ଜଳମାର୍ଗ ମନ୍ତ୍ରଣାଳୟ ପକ୍ଷରୁ ପାରାଦୀପ ବନ୍ଦର ପ୍ରାଧିକରଣ (ପିପିଏ)କୁ ସାଗରଶ୍ରେଷ୍ଠ ସମ୍ମାନ ଆଓ୍ବାର୍ଡ ୩ ଟି କ୍ଷେତ୍ରରେ ମିଳିଛି। ଏ ନେଇ ବନ୍ଦର ଅଧ୍ୟକ୍ଷ ପିଏଲ ହାରାନ୍ଧ ଶନିବାର ପ୍ରଶାସନିକ ଭବନର ବୋର୍ଡ ରୁମରେ ସବିଶେଷ ସୂଚନା ଦେଇଛନ୍ତି।

୬୭୪୩କୋଟିଟଙ୍କା ବ୍ୟୟ ଅଟକଳରେ ନୂତନ ବର୍ଥ, ରେଲୱେ ଭିତ୍ତିଭୂମି, ଡିଜିଟାଲ ବ୍ୟବସ୍ଥା, ଗ୍ରୀନ ପୋର୍ଟ, ସୋଲାର ପ୍ରକଳ୍ପ, ଯାନ୍ତ୍ରିକୀକରଣ ବ୍ୟବସ୍ଥାରେ ପଣ୍ୟ ବୋଝେଇ ଖଲାସ, ଡ୍ରେଜିଂ ଜରିଆରେ ଉଦ୍‌ବୃତ୍ତ ବାଲିକୁ ପୁନଃ ବିନିଯୋଗ ବ୍ୟବସ୍ଥା, ଆଦି ଭିତ୍ତିଭୂମି ବିକାଶ କରାଯାଉଛି।

ଏସବୁ ଆସନ୍ତା ୨୦୨୬ ସୁଦ୍ଧା କାର୍ଯ୍ୟକାରୀ ହେବାର ଲକ୍ଷ୍ୟ ରହିଛି। ନୂତନ ଭିତ୍ତିଭୂମି କାର୍ଯ୍ୟକାରୀ ହେଲେ ପାରାଦୀପ ବନ୍ଦର ବିଶ୍ବସ୍ତରୀୟ ବନ୍ଦର ଭାବେ ମାନ୍ୟତା ପାଇବ। ଏହି ଖବରଦାତା ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଉପାଧ୍ୟକ୍ଷ ନିଳଭ୍ର ଦାସଗୁପ୍ତା ଓ ଅନ୍ୟ ବିଭାଗୀୟ ମୁଖ୍ୟମାନେ ଉପସ୍ଥିତ ଥିଲେ।

ଦେଶର ସମସ୍ତ ବୃହତ ବନ୍ଦର ଓ ଘରୋଇ ବନ୍ଦର ମଧ୍ୟରେ ପାରାଦୀପ ୨୦୨୨/୨୩ ଆର୍ଥିକ ବର୍ଷରେ ସର୍ବାଧିକ ସଫଳତା ହାସଲ କରିଛି। ଓଭରଅଲ ପରଫାରନ୍ସରେ ପାରାଦୀପ ନମ୍ବର ଓ୍ବାନ (୧)ବୋଲି ହାରାନ୍ଧ କହିଥିଲେ।

ଏହା ପାରାଦୀପ, ଓଡ଼ିଶା ଓ ଭାରତ ପାଇଁ ଐତିହାସିକ ବୋଲି ସେ କହିଥିଲେ। ଏଥିପାଇଁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାର୍ଗଦର୍ଶନ ଓ କେନ୍ଦ୍ର ଜାହାଜ ଚଳାଚଳ ମନ୍ତ୍ରୀ ସର୍ବାନନ୍ଦ ସୋନଓ୍ବାଲଙ୍କୁ କୃତଜ୍ଞତା ଜଣାଇଥିଲେ। ଗତ ୧୦ ତାରିଖରେ ଏହି ବିଭାଗର ମନ୍ତ୍ରଣାଳୟ ପକ୍ଷରୁ ସାଗରଶ୍ରେଷ୍ଠ କାର୍ଯ୍ୟକ୍ରମ ହୋଇଥିଲା। ଏଥିରେ ପିପିଏ ୩ ଟି ଆଓ୍ବାର୍ଡ ପାଇ ହ୍ୟାଟ୍ରିକ୍‌ କରିଛି। ସେଗୁଡିକ ହେଲା କାର୍ଗୋ ହ୍ୟାଣ୍ଡଲିଂ କ୍ଷେତ୍ରରେ ୧ ନମ୍ବର, ଓଭରଅଲ ପରଫାରନ୍ସ ରେ ୧ ନମ୍ବର ଓ ଶିପ୍‌ ବର୍ଥ ଡେ ଆଉଟପୁଟ୍‌ରେ ମଧ୍ୟ ନମ୍ବର ୧।

ଏଥିପାଇଁ ପାରାଦୀପର ବନ୍ଦର ପରିବାର (ରେଲୱେ, କଷ୍ଟମ୍ସ, କୋଷ୍ଟଗାର୍ଡ, ସିଆଇଏସଏଫ, ଓଡିଶା ସରକାର, ବନ୍ଦର ବ୍ୟବହାରକାରୀ ସଂସ୍ଥା, ଆମଦାନୀ ଓ ରପ୍ତାନୀକାରି ସଂସ୍ଥା, କର୍ମଚାରୀ, ଶ୍ରମିକ, ଆଦି)ସମସ୍ତଙ୍କୁ ଧନ୍ୟବାଦ ଜଣାଉଛି।ମନ୍ତ୍ରୀ ସୋନଓ୍ବାଲଙ୍କ ଠାରୁ ଅଧ୍ୟକ୍ଷ ହାରାନ୍ଧ ଆଓ୍ବାର୍ଡ ଟ୍ରଫି ଗ୍ରହଣ କରିଥିଲେ। ଅନ୍ୟ ପ୍ରସଙ୍ଗ ଉପରେ ଅଧ୍ୟକ୍ଷ ହାରାନ୍ଧ କହିଥିଲେ ଆତ୍ମନିର୍ଭର ଭାରତ ଯୋଜନାରେ ଅନେକ ବର୍ଦ୍ଧିତ ପ୍ରକଳ୍ପ କରାଯାଉଛି।

Post Views97 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!