ଆଜି ଅପରାହ୍ନରେ ପ୍ରକାଶ ପାଇବ ISCE ଦଶମ ଓ ଦ୍ୱାଦଶ ପରୀକ୍ଷା ଫଳ

ଆଜି ଅପରାହ୍ନ ୩ଟାରେ ରେଜଲ୍ଟ ପ୍ରକାଶ ପାଇବ ଇଣ୍ଡିଆନ ସାର୍ଟିଫିକେଟ୍ ଅଫ ସ୍କୁଲ ଏଗଜାମିନେଶନ (ଆଇସିଏସଇ) ବା ଦଶମ ଶ୍ରେଣୀ ଏବଂ ଇଣ୍ଡିଆନ ସ୍କୁଲ ସାର୍ଟିଫିକେଟ (ଆଇଏସସି) ବା ଦ୍ୱାଦଶ ଶ୍ରେଣୀର ପରୀକ୍ଷାଫଳ। CISCE ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି ।

ପରୀକ୍ଷାର୍ଥୀମାନେ ସିଆଇଏସସିଇର ଅଫିସିଆଲ ୱେବସାଇଟ୍ cisce.org କୁ ଭିଜିଟ କରି ପରୀକ୍ଷାଫଳ ଚେକ୍ କରିପାରିବେ । ଏହା ବ୍ୟତୀତ ଏସଏମଏସ୍ ଜରିଆରେ ମଧ୍ୟ ଆଇସିଏସଇ ଏବଂ ଆଇଏସସି ପରୀକ୍ଷାର ରେଜଲ୍ଟ ଚେକ୍ କରିପାରିବେ ।

ଦଶମ ଶ୍ରେଣୀ ବା ଆଇସିଏସଇ ପରୀକ୍ଷା ଫେବ୍ରୁଆରୀ ୨୭ ତାରିଖରୁ ଆରମ୍ଭ ହୋଇ ମାର୍ଚ୍ଚ ୨୯ ତାରିଖ ପର୍ଯ୍ୟନ୍ତ ଚାଲିଥିଲା । ସେହିପରି ଦ୍ୱାଦଶ ଶ୍ରେଣୀ ବା ଆଇଏସସି ପରୀକ୍ଷା ଫେବ୍ରୁଆରୀ ୧୩ ତାରିଖରୁ ଆରମ୍ଭ ହୋଇ ୩୧ ମାର୍ଚ୍ଚ ପର୍ଯ୍ୟନ୍ତ ଚାଲିଥିଲା । ପ୍ରାୟ ୨.୫ ଲକ୍ଷ ଛାତ୍ରଛାତ୍ରୀ ସିଆଇଏସସିଇ ପରୀକ୍ଷା ଦେଇଥିଲେ ।

Post Views9 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!