ଭୁବନେଶ୍ବର ସତ୍ୟନଗର ଶ୍ମଶାନରୁ ଅର୍ଦ୍ଧଦଗ୍ଧ ଶବ ଜବତ

ଭୁବନେଶ୍ବର ସତ୍ୟନଗର ଶ୍ମଶାନରୁ ଅର୍ଦ୍ଧଦଗ୍ଧ ଶବ ଜବତ । ବୋହୂ କାହାକୁ ନ ଜଣାଇ ଶାଶୁର ଶବ ଦାହ କରାଉଥିବା ଅଭିଯୋଗ । ମୃତକ ହେଲେ ବ୍ରହ୍ମଗିରି ପୂର୍ବତନ ବିଧାୟକ ଅଜୟ ଜେନାଙ୍କ ଧର୍ମପତ୍ନୀ। ତାଙ୍କ ନାଁ ଅଶ୍ରୁକଣା ପ୍ରଧାନ । ବୟସ ୭୮ ବର୍ଷ ହେବ। ପୋଷ୍ଟମର୍ଟମ ନ କରି ଶବ ଦାହ କରିବା ଅଭିଯୋଗରେ ଜବତ କରାଯାଇଛି ।

ସମ୍ପର୍କୀୟଙ୍କ ଅଭିଯୋଗ ପରେ ଶବ ଜବତ କଲା ପୋଲିସ। ଖୁବଶୀଘ୍ର ପୋଷ୍ଟ ମର୍ଟମ କରାଯିବ। ତେବେ ବୋହୂ ପାରିବାରିକ ସମସ୍ୟା କଥା ଉଠାଇ ଯାହା କରିଛନ୍ତି ଠିକ୍ କରିଛନ୍ତି ବୋଲି କହିଛନ୍ତି। ସେପଟେ ପରିବାର ଲୋକଙ୍କ କହିବା କଥା ବୋହୁ ଶାଶୁଙ୍କୁ ନିର୍ଯାତନା ଦେଉଥିଲେ। ମୃତ୍ୟୁ ପଛରେ କିଛି ରହସ୍ୟ ରହିଛି ବୋଲି ସନ୍ଦେହ କରିଛନ୍ତି ଅଶ୍ରୁକଣାଙ୍କ ପରିବାର ଲୋକ ।

Post Views33 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!